ଭୁନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ତିତି ଦିନ ଧରି ଆନ୍ଦୋଳନ କରିବ କଂଗ୍ରେସ । ପ୍ରତ୍ୟକ ଜିଲ୍ଲାର ସଦର ମହକୁମାରେ ଦଳ ପକ୍ଷରୁ ତିନି ଦିନ ଧରି ଆନ୍ଦୋଳନ କରାଯିବ । ଆସନ୍ତା ୨୦,୨୧ ଓ ୨୨ ତାରିଖ ତିନି ଦିନ ବ୍ୟାପି ଆନ୍ଦୋଳନ ହେବ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏନେଇ କଂଗ୍ରେସ ଭବନରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ଅର୍ଥନୈତିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା, ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ଆନ୍ଦୋଳନ ସହ କଂଗ୍ରେସ ବିକ୍ଷୋବ ପ୍ରଦର୍ଶନ କରିବ । ସୂଚନା ଅନୁସାରେ ତିନିଦିନ ଆନ୍ଦୋଳନ ପରେ କଂଗ୍ରେସ ପକ୍ଷରୁ ଏକ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୀପାଦାସ ମୁନସିଙ୍କ ସମେତ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୋଗଦେବାର କାର୍ଯ୍ୟକ୍ରମ ରହିିଛି ।
ହୋଇ ଯାଇଥିବା ଏହି ବୈଠକରେ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା, ସତ୍ୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।