ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ଓଡିଶା ବନ୍ଦ ଡାକରା । ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।
ସକାଳ ୬ଟାରୁ ଦିନ ୧୨ ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ କୌଣସି ପ୍ରକାରର ହିଂସାକାଣ୍ଡ ହେବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରଯାଇଛି । ସଫଳତାର ସହ ବନ୍ଦ ପାଳନ କରିବା ପାଇଁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି ।
ବନ୍ଦ ପାଳନ ସମୟରେ ସମସ୍ତ ଗାଡିମୋଟର, ବସ୍, ଟ୍ରକ, ରେଳ ଏବଂ ଦୋକାନ ବଜାର ଆଜି ବନ୍ଦ ରହିବ । କିନ୍ତୁ ମେଡିକାଲ ତଥା ଜରୁରୀ ସେବା ଜାରି ରହିବ ।