ଯାଜପୁର(ଏଟିଆର ବ୍ୟୁରୋ): ଯାଜପୁରରେ କଣ୍ଟେନମେଣ୍ଟ ଜୋନ୍ ର ଅବଧିକୁ ବଢାଇ ଦିଆଯାଇଛି । ଆସନ୍ତା ୨୪ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ କଣ୍ଟୋନମେଣ୍ଟ ଜୋନର ଅବଧିକୁ ବଢାଇ ଦିଆଯାଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିରଜାପୁର, ମହାନ୍ତିପାଟଣା, କଟିକଟା, ଦେଓପଡା ଓ ଅକରପଡା ଅଞ୍ଚଳରେ ଏହି କଟକଣା ଲାଗୁ କରାଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଦଶରଥପୁର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଗାଁ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ।
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୫ ଜଣ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ବର୍ତ୍ତମାନ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣ ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ମୋଟ ୨୮୧ଟି ସକ୍ରିୟ କେସ୍ ରହିଛି ।