ଯାଜପୁର(ଏଟିଆର ବ୍ୟୁରୋ):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାଁ ଧରୁନି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଯେଉଁ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘେଷଣା କରାଯାଉଥିଲା । ଏହାରି ଭିତରେ ଯାଜପୁର ଜିଲ୍ଲାର ୫ଟି ବ୍ଳକର ୧୩ଟି ଗାଁରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇ ଦିଆଯାଇଛି । ସୂଚନା ଅନୁସାରେ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଅଞ୍ଚଳରୁ ନୂଆ କରି ପଜିଟିଭ ଚିହ୍ନଟ ବାହାରି ନଥିବାରୁ ସେହି ଅଞ୍ଚଳରୁ କଣ୍ଟେନମେଣ୍ଟ ଉଠାଇ ଦିଆଯାଇଛି ।
ସେଗୁଡିକ ହେଲା ଯାଜପୁର ବ୍ଲକର ପଣସା, ନାଥସାହି, ବାସୁଦେବପୁର, ଦସରଥପୁର ବ୍ଲକର ମହାନ୍ତିପାଟଣା, ଡାହାଣହତା, କଟିକଟା, ବିରିଜାପୁର କୋଦେଇବାଟି, ବିଞ୍ଝାରପୁର ବ୍ଲକ କଲ୍ୟାଣ ପୁର, ବରୀ ବ୍ଲକର ତଳ କାଇପଡା, ଉଦୟନାଥପୁର, ବାଇଁସିରିଆ । ସେହିପରି ରସଲପୁର ବ୍ଲକର ସଦାନନ୍ଦପୁର, ନଠୁଆ ବର । ତେବେ ଯାଜପୁର ଜିଲ୍ଲାରେ ୨୨୫ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁ ଥିବା ବେଳେ ୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧୭୧ ଜଣ ଚିକିତ୍ସିତ ହେଉଛନ୍ତି । ସୂଚନା ଯେଗ୍ୟ ରାଜ୍ୟରେ ଆଜି ସକାଳୁ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟ୧୨୬୯ରେ ପହଞ୍ଚିଛି ।