ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲଇ ଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ ଡାଉନ । ଏହି ଅବସରରେ ସାରା ଦେଶରେ ବିଭିନ୍ନ ଜିଲ୍ଲାକୁ ପରିସ୍ଥିତି ଓ ସଂକ୍ରମଣ ହାରକୁ ଦେଖି କଟକଣା ସାମାନ୍ୟ କୋହଳ କରାଯାଇଛି । ତେବେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଗାଇଡ ଲାଇନ ଅନୁସାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସଂନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି ।
ଏହି ସମୟ ମଧ୍ୟରେ ଅତି ଜରୁରୀ କାମ ନଥିଲେ ଲୋକ ଘରୁ ପଦାକୁ ବାହାରିବାକୁ ପ୍ରଶାସନ କଟକଣା ଜାରି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଦେଣା ସମସ୍ତ ଜୋନରେ ଏହି ନିୟମ ଲାଗୁ କରିବାକୁ ଗାଇଡ ଲାଇନ ଜାରି କରାରଯାଇଛି । ସେହିପରି ରାଜଧାନୀରେ ମଧ୍ୟ ଏହି ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ରାତିରେ କୌଣସି ଲୋକ ବାହାରକୁ ନ ବାହାରିବାକୁ ସେ ନିବେଦନ କରିଛନ୍ତି ।