ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସଂଙ୍କେତ ଦେଲା ପରେ ଏବେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବେ ଘର ମୁହାଁ ହେଲେଣି । ଏହି ଭିତରେ ଗତକାଲି ସୁରଟରୁ ଆସିଥିବା ୪ ଟି ବସ ଓଡିଶାରେ ପହଞ୍ଚିଥିବା ବେଳେ ଆଜି ପୁଣି ସୁରତରୁ ୩ ଟି ବସ ଓଡିଶା ବାହାରିବ ବୋଲି ସୂଚନା ମିଳିଛି । ଗୋଟିଏ ଗଞ୍ଜାମ ଓ ୨ ଟି ଭଦ୍ରକର ତିହିଡି ଆସୁଥିବା ସୂଚନା ମଳିଛି । ଏହି ୩ ଟି ବସରେ ୧୦୦ ରୁ ଅଧିକ ପ୍ରବାସୀ ରହିଥିବା ସୂଚନା ମଳିଛି ।
ଅନ୍ୟପଟେ ରାଜ୍ୟ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପଶ୍ଚିମବଙ୍ଗ । କାରଣ ରାଜ୍ୟରେ ଏବେ ପଶ୍ଚିମବଙ୍ଗ ଫେରନ୍ତା ଅଧିକ ପ୍ରଭାବିତ ହେଉଛନ୍ତି । ଗତକାଲି କଥା ଯଦି ଦେଖାଯାଏ ଗତକାଲି ଗୋଟିଏ ଦିନରେ ୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ଯେଉଁଥିରୁ ଜଣଙ୍କୁ ଛାଡିଦେଲେ ବାକି ୬ ଜଣଙ୍କର କଲିକତା ଲିଙ୍କ ରହିଛି । ତେଣୁ ଏବେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ କିଭଳି ସାମଜିକ ଦୂରତା ରକ୍ଷା କରିବେ ତାହା ଏବେ ପ୍ୟ।।ସନ ପାଇଁ ଚ୍ୟାଲେଞ୍ଜ ହୋଇ ପଡିଛି ।