ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ସାଂସଦ ନିଧି ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି କହିଛନ୍ତି କି ହସ୍ପିଟାଲରେ କରୋନା ଭାଇରସ ଚିକିତ୍ସାର ଆବଶ୍ୟକ ଉପକରଣ ଲାଗି ନିଜ ସାଂସଦ ନିଧି ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି ।
ଗୌତମ ଗମ୍ଭୀର ଟ୍ୱିଟ୍ କରି କହିଛନ୍ତି କି, ବିନା ଅସ୍ତ୍ରଶସ୍ତ୍ର ରେ ଯୁଦ୍ଧ ଜିତା ଯାଏ ନାହିଁ, କରୋନାର ଚିକିତ୍ସା ଏବଂ ଉପକରଣ ପାଇଁ ଯେପରି କୌଣସି ଅଭାବ ନହୁଏ ସେଥିପାଇଁ ମୁଁ ଚାହୁଁଚି କି ହସ୍ପିଟାଲକୁ ମୋ ସାଂସଦ ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଦିଆଯାଉ । ଏହାସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି କି, ଘରେ ରୁହନ୍ତୁ ସାବଧାନି ଏବଂ ସଫା ସୁତୁରା ରୁହନ୍ତୁ । ସରକାରଙ୍କ ସାଥ୍ ଦିଅନ୍ତୁ ।
ଅନ୍ୟପଟେ କେଜ୍ରିୱାଲ ସରକାରଙ୍କ ପକ୍ଷରୁ କରୋନା ପାଇଁ ଯଥାସମ୍ଭବ ପ୍ରସ୍ତୁତି କରାଯାଉଛି । ଏହି ସମୟରେ ଲୋକଙ୍କୁ ସରକାରଙ୍କ ସାଥ୍ ଦେବା ନିହାତି ଆବଶ୍ୟକ । ଯେପର୍ଯ୍ୟନ୍ତ ଲୋକ ସଠିକ୍ ଭାବେ ଲକ୍ ଡାଉନ୍ ପାଳନ ନ କରୁଛନ୍ତି, ସେପର୍ଯ୍ୟନ୍ତ କରୋନାକୁ ହରାଇବା ସହଜ ହେବ ନାହିଁ ।