ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମନିଟରିଂ ସେଣ୍ଟର ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । ଏହି ମନିଟରିଂ ସେଣ୍ଟରର ଦାୟୀତ୍ୱରେ ୯୦ ଜଣ ଅସ୍ଥାୟୀ ସହକାରୀ ସେକ୍ସନ ଅଫିସରଙ୍କ ଉପରେ ରହିବ । ଏହି ମନିଟରିଂ ସେଣ୍ଟରରେ କରୋନା ସଂପର୍କିତ ଅଭିଯୋଗର ଶୁଣାଣି ହେବ । ଏହା ସହ ଏହି ମହାମାରୀ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କୁ ଏହି ମନିଟରିଂ ସେଣ୍ଟର ସହାୟତା କରିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ ।
ସୂଚନା ଯୋଗ୍ୟ ଓଡିଶାରେ ଆଜି ସୁଦ୍ଧା ୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କରୋନା ମୁକାବିଲା କରିବା ପାଇଁ ଓ ସାମାଜିକ ଦୂରତା ବଜାଇ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରି ଦିଆଯାଇଛି ।