ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଠାରୁ ଆଉ ଦିନ ୨ ଟା ପରେ କୌଣସି ପାର୍କ ଖୋଲିବ ନାହିଁ । ସହରାଞ୍ଚଳରେ ଥିବା ସମସ୍ତ ପାର୍କ ଦିନ ୨ ଟା ପରେ ବନ୍ଦ ରଖିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି । ଚୀନରୁ ବ୍ୟାପିଥିବା କରୋନା ଏବେ ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଥିବା ବେଳେ ଭାରତରେ ମଧ୍ୟ କରୋନା ତାର ତାଣ୍ଡବ ଦେଖାଉଛି । ସୂଚନା ଅନୁସାରେ ଦେଶରେ ଏବେ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇ ସାରିଛି । ଅନ୍ୟପଟେ ରାଜଧାନୀରେ ଆଜି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ସରକାର ସମସ୍ତଙ୍କୁ ସତର୍କ ରହିବା ସହିତ ଭୟବୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପୁରୀରେ ମଧ୍ୟ କଟକଣା କଡାକଡି କରାଯାଇଛି । ଖୋର୍ଦ୍ଧା , ଗଞ୍ଜାମ , ରାୟଗଡା ପରେ ଏବେ ଯାଜପୁରରେ ୧୪୪ ଧାରା ଜାରି କରାଯାଇଛି । ପୁରୀ ସମୁଦ୍ର କୂଳରେ ପର୍ୟ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦେଶ ରହିଛି । ଅତିଆବଶ୍ୟକ ନଥିଲେ ବାହାରକୁ ଆସିବାକୁ ବାରଣ କରାଯାଇଛି ।