ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ପାଇଁ ଏେବେ ରାସ୍ତାରେ ହେବ ୱାସ ବେସିନ । ଏବେ କରୋନାର ମୁକାବିଲା ପାଇଁ ଦିଲ୍ଲୀ ସରକାର ରାସ୍ତାରେ ୱାସ ବେସିନ ଲଗାଇବା ବ୍ୟବସ୍ଥା କରୁଛନ୍ତି । ଆଜି ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସମସ୍ତ ମାଜିଷ୍ଟ୍ରେଟ ଓ ଏସଡିଏମ ନିଜ ଅଞ୍ଚଳରେ ୧୦୦ ଟି ଡିସପେନସିଭ ମେସିନ ଲଗାଇବେ । ସେହିଭଳି ଡେପୁଟି କମିଶନର ୩୦୦ ଟି ମେସିନ ଲଗାଇବେ ।
ବସଷ୍ଟାଣ୍ଡ ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ମେସିନ ଗୁଡା ଲଗାଯିବ । ଅନ୍ୟପଟେ ଦିଲ୍ଲୀରେ ସ୍ପା ସେଣ୍ଟର, ବିହାହ ଉତ୍ସବ ଓ ନାଇଟ କ୍ଲବ ଓ ଜିମ ସେଣ୍ଟର ଗୁଡିକ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସେହିଭଳି ୫୦ ରୁ ଅଧିକ ଲୋକଙ୍କୁ ନେଇ କୌଣସି ଫଙ୍କସନ ନ କରିବାୁ ନିର୍ଦେଶ ଦିଆଯାଇଛି । ଦିଲ୍ଲୀରେ ବର୍ତ୍ତମାନ କରୋନାର ୭ଟି ମାମଲା ସାମ୍ନାକୁ ଆସିଛି ଜ୍ଝ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।