ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଗୋଟିଏ ଦିନରେ ରାଜ୍ୟରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬ ଜଣ ପଜିଟିଭଙ୍କର ରହିଛି କଲିକତା ଲିଙ୍କ । ଯାହା ଏବେ ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତ ସପ୍ତାହେ ମଧ୍ୟରେ ଚିହ୍ନଟ ହୋଇଥିବା ପ୍ରାୟ ସଂକ୍ରମିତଙ୍କର କଲିକତା ଲିଙ୍କ ରହିଥିବା ଦେଖିବାକୁ ମିଳିଛିି । ସବୁଠାରୁ ବଡ କଥା ହେଲା ଏତେ ପରିମାଣରେ କଲିକତା ଲିଙ୍କ ଯଦି ବାହାରୁଛି ଏବେ ପଶ୍ଚିମବଙ୍ଗ ପକ୍ଷରୁ ଦିଆଯାଉଥିବା ତଥ୍ୟ ପ୍ରକୃତତ୍ଥତଥ୍ୟ ନାଁ କିଛି ଅଧିକ ରହୁଛି ।
କାରଣ ପଶ୍ଚିମବଙ୍ଗରୁ ଫେରୁଥିବା ଶ୍ରମିକ ଓଡିଶାରେ ଯଦି ଏତେ ମାତ୍ରାରେ ପଜିଟିଭ ଚିହ୍ନଟ ହେଉଛନ୍ତି ଏବେ କଲିକତାରେ ସ୍ଥିତି କଣ ରହିଛି ତାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି । କାରଣ ଏଇ ନିକଟରେ ଦିଦି କେନ୍ଦ୍ରୀୟ କମିଟିକୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଯାହା ଏବେ ସନ୍ଦେହକୁ ଅଧିକ ଘନିଭୂତ କରିଛି । ଆଶଙ୍କାକୁ ଅଧିକ ବଢାଇ ଦେଇଛି । ତେବେ ଆଜି ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ କଲିକତାରେ ସଂକ୍ରମିତଙ୍କ ସଂଖ୍ୟା ୭୨୫ , ମୃତ ୨୨ ଓ ସୁସ୍ଥ ୧୧୯ ରହିଥିଲା । ଏହି ସଂଖ୍ୟା ପ୍ରକୃତ ସଂଖ୍ୟା ନାଁ ଆଉ କିଛି ଅଧିକ ରହିଛି । ତାକୁ ନେଇ ଏବେ ରାଜ୍ୟବାସୀ ଏକ ବଡ ଆଶଙ୍କା ଭିତରକୁ ଠେଲି ହୋଇ ଯାଉଛନ୍ତି ।
ଯେହେତୁ ଉପକୂଳ ଓଡିଶାରୁ ଅଧିକ ମାତ୍ରାରେ କର୍ମଜୀବି ପଶ୍ଚିମବଙ୍ଗ ଉପରେ ନିର୍ଭଶୀଳ ତେଣୁ ସଂଖ୍ୟା ଆହୁରି ବଢିବ ବୋଲି ଆକଳନ କରାଯାଉଛି । ସେପଟେ ଆଜିର ଓଡିଶା ତଥ୍ୟ ଯଦି ଦେଖିବା ଓଡିଶାରେ ଆଜି ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ଜଣେ, ଝାରସୁଗୁଡା-୧ ,ଦେବଗଡ -୧ , କେଉଁଝର -୧ ଓ ବାଲେଶ୍ୱରରେ -୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ଭୁବନେଶ୍ୱର କେସକୁ ଛାଡିଦେଲେ ବାକି ସମସ୍ତଙ୍କର କଲିକତା ଲିଙ୍କ ରହିଛି । ସେହିଭଳି କଲିକତା ଲିଙ୍କରେ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ଆଜିର ଚିହ୍ନଟ ପରେ ଏହି ୩ ଜିଲ୍ଲାର ପଜିଟିଭ ସଂଖ୍ୟା ୧୯ ଲେଖାଏଁ ରହିଛି ।