ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତ । ଏହାକୁ ଦୃଷ୍ଟିରେ ରଖି ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସମସ୍ତ ସଦସ୍ୟ ଏବଂ କର୍ମଚାରୀଙ୍କ ର କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଟେଷ୍ଟ । ୩ ଦିନ ଯାଏଁ ଟେଷ୍ଟ କରାଯିବ ।
ସେଥିପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ବିଧାନସଭାକୁ ପ୍ରବେଶ ପାଇଁ ଅନୁମତି ମିଳିବ । ବିଧାନସଭାର ସମସ୍ତ ସଦସ୍ୟଙ୍କୁ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ । ଏନେଇ ଗତକାଲି ସର୍ବଦଳୀୟ ବୈଠକରେ ବାଚସ୍ପତି ସୂଚନା ଦେଇଥିଲେ ।