ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ କରୋନା ଭାଇରସ ପାଇଁ ଅଖଚକ ସବୁ ବନ୍ଦ ହୋଇଛି । ଯୂୁଆଡେ ଦେଖିବ ସିଆଡେ ଖାଁ ଖାଁ । ତେବେ ଏହି ଭିତରେ ଦିନ ମଜୁରିଆଙ୍କ ପାଖରେ କାମ ନଥିବାରୁ ସେମାନେ ଖାଦ୍ୟ ଟିକେ ପାଇଁ ମଧ୍ୟ ଅକଳରେ ପଡିଲେଣି । ଯଦି ଆଉ ଏମିତି ଗୋଟିଏ ସପ୍ତାହ ଲାଗି ରହେ ତେବେ ପରିସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇ ପଡିବ । ନବଗ ଟଙ୍କା ପାଇଁ ସାଧାରଣ ଗରିବ ଲୋକଟିଏ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବ ।
ତେବେ ଏହି ଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ ରାଷ୍ଟ୍ରୀୟ ପ୍ରାଧିକରଣ (ଏନଏଚଏ) ଆୟୁଷ୍ମାନ ଭାରତ ଯୋଜନା ବଳରେ କରୋନା ଭାଇରସ ଚିକିତ୍ସାକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଆୟୁଷ୍ମାନ ଭାରତ ହିତାଧିକାରୀ କୌଣସି ବି ତାଲିକାଭୁକ୍ତ ଘରୋଇ ଚିକିତ୍ସାଳୟ ଯାଇ ମାଗଣାରେ ନିଜର କୋଭିଡ-୧୯ ପରୀକ୍ଷା କରାଇପାରିବେ । ଏମିତିକି ଏହି କାର୍ଡଧାରୀ ଘରୋଇ ହସ୍ପିଟାଲରେ ଆଇସୋଲେନରେ ରହିଲେ ତାହାର ଖର୍ଚ୍ଚ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ । ତେବେ ଏଯାବତ ଏନେଇ କୌଣସି ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।