ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ନୁଆ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହେବାରେ ଲାଗିଛନ୍ତି । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଛନ୍ତି । ବର୍ତ୍ତମାନ ରାଜ୍ୟରେ କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୬୧ ଜଣ ସ୍ଥାନୀୟ ବାସିନ୍ଦା ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୭ ,ବାଲେଶ୍ୱରରୁ ୩୦,ଭଦ୍ରକରୁ ୨,କଟକରୁ ୧୪,ଢେଙ୍କାନାଳରୁ ୪,ଗଜପତିରୁ ୧୭ ,ଗଞ୍ଜାମରୁ ୨୬୦ ,ଜଗତସିଂହପୁରରୁ ୭, ଯାଜପୁରରୁ ୯ ,ଝାରସୁଗୁଡାରୁ ୧,କେଉଁଝରରୁ ୪୮ ,ଖୋର୍ଦ୍ଧାରୁ ୫୬ ,କୋରାପୁଟରୁ ୬ ,ମାଲକାନଗିରିରୁ ୧ ,ମୟୁରଭଞ୍ଜରୁ ୧୪ ,ନୟାଗଡରୁ ୧ ,ପୂରୀରୁ ୫ ,ସମ୍ବଲପୁରରୁ ୩, ଓ ସୁନ୍ଦରଗଡରୁ ୮୩ ଜଣ ରହିଛନ୍ତି । ଏଥି ମଧ୍ୟରେ ରାଜ୍ୟରେ ୪୧୨୮ଟି ଆକ୍ଟିଭ୍ କେସ୍ ଥିବା ବୋଳେ ୭୦୦୬ ଭଲ ହୋଇ ଘରକୁ ଫେରିଛନ୍ତି । ଏବେସୁଦ୍ଧା ରାଜ୍ୟରେ ୩୧୪୯୮୭ଟି ସାମ୍ପୁଲ୍ ଟେଷ୍ଟ ହୋଇଛି ।
ଏହାରି ମଧ୍ୟରେ ରାଜ୍ୟରେ ଆଉ ୪ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ରାଜ୍ୟରେ ୫୨କୁ ପହଞ୍ଚିଛି । ମୃତକଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଳାରୁ ୧ ଥିବାବେଳେ ଗଞ୍ଜାମରୁ ୩ ଜଣ ରହିଛନ୍ତି ।