ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଳଗାତାର ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ମିଶିବା ପଳରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୯୨ ରେ ପହଞ୍ଚିିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛିି ।
ଆଜି ଚିହ୍ନଟଙ୍କ ମଧ୍ୟରୁ ୨୨୭୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୧୫୮୩ ଜଣ ସ୍ଥାନୀୟ ବାସନ୍ଦା ରହିଛନ୍ତି । ରାଜ୍ୟରେ ଏବେ ମୋଟ ୩୦୯୧୯ ଟି ଆକ୍ଟିଭ କେସ ରହିଥିବା ବେଳେ ୯୬୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
6. Boudh: 22
7. Cuttack: 386
8. Deogarh: 12
9. Dhenkanal: 74
10. Gajapati: 14
11. Ganjam: 91
12. Jagatsinghpur: 86
13. Jajpur: 285
14. Jharsuguda: 199
15. Kalahandi: 28
16. Kandhamal: 25
17. Kendrapada: 83
18. Keonjhar: 66
19. Khurda: 767
20. Koraput: 86
21. Malkangiri: 33— I & PR Department, Odisha (@IPR_Odisha) September 7, 2020
ସେହିଭଳି ଦେଶ କଥା ଯଦି ଦେଖିବା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ଅତିକ୍ରମ କରିଛି । ଏବେ ଦେଶରେ ମୋଟ ୪,୨୦୪,୬୧୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୮୦୨ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଏଥି ମଧ୍ୟରୁ ୩୨୫୦୪୨୯ ଲୋକ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ଆକ୍ଟିଭ କେସ ୮୮୨୫୪୨ ରହିଛି । ବିଶ୍ୱ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ଓ ବ୍ରାଜିଲ ତୃତୀୟରେ ରହିଛି ।