ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱଏବେ କରୋନା ସହିତ ଲଢେଇ କରୁଥିବା ବେଳେ ଏଥିରେ ପ୍ରଥମ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଓ ପାରାମେଡିକାଲ କର୍ମଚାରୀ । ତେବେ ଏହିଭଳି ପ୍ରତିକଅଳ ସମୟରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ କୌଣସିବି ଅସୁବିଧା ହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି କର୍ମଚାରୀ ମାନଙ୍କୁ ଆଗୁଆ ୪ ମାସର ଦରମା ଦିଆଯିବ ଅପ୍ରେଲ ମାସ ସମେତ ମେ, ଜୁନ ଓ ଜୁଲାଇ ମାସ ପାଇଁ ଆଗୁଆ ଦରମା ଦିଆଯିବ । ସେହିଭଳି ମୁଖ୍ୟମନ୍ତ୍ରୀ ମେଡିକାଲ ସେବା ସହିତ ଯୋଡି ହୋଇ ରହିଥିବା ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି । ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।