ଭୁବନେଶ୍ୱର ( ଏଟିଆର ବ୍ୟୁରୋ୦: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ ଡାଉନ ଅବଧିକୁ ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଜାରି କରି ସୂଚନା ଦେଇଥିଲେ । ଦେଶରେ ୨୧ ତାରିଖରେ ଲକ ଡାଉନ ଅବଧି ଶେଷ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କାରଣ ଅନ୍ୟ ରାଜ୍ୟ ସବୁ ଲକ ଡାଉନ ଅବଧିକୁ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ତରଫରୁ ଏହି ଅବଧିକୁ ରାଜ୍ୟରେ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ବେଳେ ଲକ ଡାଉନ ଅବଧି ବୃଦ୍ଧି କରାଯିବା ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ରାଜ୍ୟ କ୍ୟାବିନେଟ ପକ୍ଷରୁ ମୋହର ଲାଗିଥିଲା ।
ସବୁଠାରୁ ବଡ କଥା ହେଉଛି ରାଜ୍ୟ ସରକାର କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ଲକ ଡାଉନ ପୂର୍ବରୁ ହିଁ ରାଜ୍ୟରେ ଲକ ଡାଉନ ଜାରି କରିଥିଲେ । ସେହିଭଳି ଚଳିତ ସପ୍ତାହରେ ରାଜ୍ୟରେ କରୋନ ଚେନକୁ ଭାଙ୍ଗିବା ପାଇଁ ୨ ଦିନିଆ ସଟ ଡାଉନ ମଧ୍ୟ ଘୋଷଣା କରିଥିଲେ । ଯାହାକୁ ସାରା ରାଜ୍ୟବାସୀ ସମର୍ଥନ କରିଥିଲେ । ସେହିଭଳି ରାଜ୍ୟରେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ବେସରକାରୀ ବଡବଡଡ ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ପ୍ରସ୍ତୁତ କରିଛନ୍ତି ।
ଯେଉଁଥିରେ ରହିଛନ୍ତି କିମସ, ସମ ଓ ଅଶ୍ୱିନ ହସ୍ପିଟାଲ ଭଳି ବଡବଡ ହସ୍ପିଟାଲ । ଯେଉଁଠାରେ ରାଜ୍ୟ ସରକାର ମାଗଣାରେ କୋଭିଡ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । କୋଭିଡ ମୁକାବିଲା ପାଇଁ ନବୀନଙ୍କ ଏହି ଗଠନମୂଳକ ଦକ୍ଷେପକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗଣମାଧ୍ୟମରେ ପ୍ରଶଂସା କରିଛନ୍ତି । ତେବେ ଆଜିର ଏହି ଲକ ଡାଉନ ଅବଧିକୁ ବୃଦ୍ଧି କରିବା ପରେ ଏବେ ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।