ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆଜିଠୁ କମିବ ଶୀତ ବଢିବ ରାତି ତାପମାତ୍ରା । କିନ୍ତୁ ଆଗକୁ ପୁଣି ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ୩୧ ତାରିଖରୁ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୩୧ ରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ରେ ବର୍ଷା ହେବାକୁ ଥିବା ବେଳେ ୧ ରେ ବାଲେଶ୍ୱର, ସୁନ୍ଦରଗଡ, କେନ୍ଦୁଝର , ମୟୂରଭଞ୍ଜ ଏବଂ ୨ ଓ ୩ ରେ ଉତ୍ତର ଓଡିଶାର ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।