ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦୀର୍ଘ ୫ମାସ ହେବ ବନ୍ଦ ହୋଇ ପଡିରହିଥିବା ଶିକ୍ଷା ବ୍ୟବସ୍ଥାରେ ଏବେ ଧୀରେ ଧୀରେ ଆରମ୍ଭ ହେବାକୁ ଯାଉଛି । ତେବେ ଆଜିଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପିଜି ପାଠ୍ୟକ୍ରମ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା । ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ପ୍ରବେଶିକା ପରୀକ୍ଷା ନମନ୍ତେ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ www.samsodisha.gov.in ରେ ଯାଇ ପରୀକ୍ଷା ନିବେନ୍ତେ ଆବେଦନ କରିପାରିବେ ।
ତେବେ ଚଳିତ ବର୍ଷ ଅଫଲାଇନ ଆବେଦନର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି ।ଚରୋନା ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ନିଜର ନାମଲେଖା ପାଇଁ ଆବେଦନ କରିବା ସହ ପରୀକ୍ଷା ନିମନ୍ତେ ଫି’ ଡିପୋଜିଟ ଓ ଇ- ସ୍ପେସରେ ହଲ ଟିକେଟ ପାଇ ପାରିବେ । ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆଜି ଅପରାହ୍ନ ୨ଟାରୁ ୩୧ ତାରିଖ ରାତି ୧୧ଟା ୪୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସେହିପରି ସେପ୍ଟେମ୍ବର ୨୦ରେ ହଲ ପରୀକ୍ଷା ହଲ ଟିକେଟ ପାଇ ପାରିବେଓ ସେଠାରୁ ପରୀକ୍ଷା ହଲ ଟିକେ ଡାଉନ ଲୋଡ କରିପାରିବେ । ତେବେ ପ୍ରବେଶିକା ପରୀକ୍ଷାଟି ଆସନ୍ତା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଏହାପରେ ପରୀକ୍ଷା ଫଳ ଆସନ୍ତା ଅକ୍ଟୋବର ୨୫ତାରିଖରେ ପ୍ରକାଶିତ ହେବ । ଆବେଦନକାରୀ ମାନେ ସର୍ବାଧିକ ୫ଟି ପିଜି ବିଷୟ ସହ ସର୍ବାଧିକ ୨୦ଟି ଶିକ୍ଷାନୁଷ୍ଟାନ ପାଇଁ ଆବେଦନ କରିପାରିବେ । ମେଧା ତାଲିକା ପ୍ରକାଶିତ ହେବା ପରେ ନଭେମ୍ବର ୨୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ନାମଲେଖା ପ୍ରକ୍ରିୟା ଶେଷ କରାଯିବଓ ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରୀଛାତ୍ରୀଙ୍କ ପାଠପଢା ଆରମ୍ଭ କରାଯିବା ନେଇ ସୂଚନା ମିଳିଛି ।
ତେବେ ଚଳିତବର୍ଷ ପ୍ରବେଶିକା ପରୀକ୍ଷା ସୁଚାରୁପେ ସମ୍ପଦାନ କରିବା ପାଇଁ ରାଜ୍ୟରୁ ମୁଖ୍ୟ ୩ଟି ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ଦିଆଯାଇଛି । ସେହି ବିଶ୍ୱବିଦ୍ୟାଳୟ ଗୁଡିକ ହେଲା, କଳା ବିଭାଗର ୨୪ଟି ବିଷୟର ପରୀକ୍ଷା ପରିଚାଳନା ଉତ୍କଳ ବିଶ୍ୱବିଦ୍ୟାଳୟ, ସେହିପରି ବିଜ୍ଞାନ ବିଭାଗର ୨୦ଟି ବିଷୟ ନିମନ୍ତେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁ ବାଣିଜ୍ୟ ବିଭାଗର ୮ଟି ବିଷୟ ପରିଚାଳନା କରିବାର ଦାୟିତ୍ୱ ଦିଆଯାଆଛି । ସେହିପରି ପରୀକ୍ଷା ଫି ନିମନ୍ତେ ପ୍ରଥମ ବିଷୟ ଲାଗି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୫୦୦ ଟଙ୍କା ଫି’ ରହିଥିବା ବେଳେ ପରବର୍ତ୍ତୀ ବିଷୟଗୁଡ଼ିକ ପିଛା ୨୦୦ ଟଙ୍କା ଲେଖାଏଁ ଦେବାକୁ ହେବ।
ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି କମନ୍ ଆପ୍ଲିକେସନ ଫର୍ମ ବାବଦରେ ୫୦୦ ଟଙ୍କା ରଖାଯାଇଥିବା ବେଳେ ଏସ୍ସି/ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟଙ୍କା, ଭିନ୍ନକ୍ଷମ ଓ କିନ୍ନରଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ଫି’ କେବଳ ଅନଲାଇନ ଡିପୋଜିଟ୍ କରାଯିବ। ଛାତ୍ରଛାତ୍ରୀ www.dheodisha.gov.in ଓ www.samsodisha.gov.in, ବିଶ୍ବବିଦ୍ୟାଳୟ ଓ କଲେଜର ୱେବସାଇଟ୍କୁ ଯାଇ ହଷ୍ଟେଲ ସିଟ୍ ଓ ଅନ୍ୟାନ୍ୟ ଫି’ ବାବଦରେ ଜାଣିପାରିବେ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024