ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶା ପାଇଁ ଏବେ ପଶ୍ଚିମବଙ୍ଗ ଫେରନ୍ତା କାଳ ହୋଇଛନ୍ତି । କାରଣ ଏଇ ସପ୍ତାହେ ହେଲା ଯେଉଁଠୁ ବି ପଜିଟିଭ ବାହାରୁଛନ୍ତି ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣା ପଡିଛି । ଯାହା ଫଳରେ ଏବେ ଓଡିଶାୋ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି ।
ଏହି ଅବସରରେ ଏବେ ରାଜ୍ୟ ସରକାର ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନିବେଦନ କରିଛନ୍ତି ସେମାନେ ନିଜ ତରଫରୁ ନମୂନା ପରୀକ୍ଷା ପାଇଁ ଆଗେଇ ଆସନ୍ତୁ । ଏଥିପାଇଁ ସମସ୍ତ ଖର୍ଚ୍ଚ ସରକାର କରିବେ ।
କାରଣ ଏବେ ଦେଖାଯାଉଥିବା ଅଧିକ ପଗିଟିଭ ଲୋକଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ମାତ୍ର ସେମାନେ ପଜିଟିଭ ରହିଛନ୍ତି । ଯେଉଁମାନେ ପଶ୍ଚିମବଙ୍ଗରୁ ଫେରିଛନ୍ତି ସେମାନେ ବିଡିଓ , ତଅସିଲଦାର ଓ ସରପଞ୍ଚଙ୍କୁ ଯୋଗାଯୋଗ କରନ୍ତୁ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ନିବେଦନ କରାଯାଇଛି ।
People who have returned from West Bengal recently should not hide. They must come forward for testing. Thay may seem healthy; yet could be infected and also spread infection.They are advised to contact local BDO/Tahasildar/Sarpanch and remain isolated at home. Testing is free.
— H & FW Dept Odisha (@HFWOdisha) May 1, 2020
ସୂଚନାଯୋଗ୍ୟ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୪୩ । ସେଥିମଧ୍ୟରୁ ୧୦୧ ଟି ଆକ୍ଟିଭ ଓ ୪୧ ଟି ସୁସ୍ଥ ଓ ଜଣେ ମୃତ । ଗତକାଲି ଗୋଟୀଏ ଦିନରେ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।