ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ । ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ ମହାପାତ୍ର । ୪ର୍ଥ ଶ୍ରେଣୀର କର୍ମଚାରୀ ବିରଞ୍ଚି ନାମକ ଜଣେ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଇଛି ।
ଏବଂ ଦ୍ୱିତୀୟରେ କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକ ଟିକା ଦିଆଯାଇଛି । ଆସନ୍ତା ୨୫ ତାରିଖ ମଧ୍ୟରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମାଙ୍କ ଟିକା ଦିଆଯିବାର ଟାର୍ଗେଟ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ବଣ୍ଟନ କରାଯାଇଛି ।
ଭୁବନେଶ୍ୱରର ମୋଟ ୬ ଟି ହସ୍ପିଟାଲ ସହ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ । ପୂର୍ବରୁ ଏଥିନିମନ୍ତେ କ୍ୟାପିଟାଲ ହସ୍ପିଟାଲ ,ବିଏମସି ହସ୍ପିଟାଲ, ୟୁନିଟ ୪ ରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ କିମସରେ ଟିକାକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ ପରେ ଏଥିରେ ଭୁବନେଶ୍ୱର ଏମ୍ସକୁ ଯୋଗ କରାଯାଇଛି ।
ଟିକାକରଣ ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଟି କରୋନା ପ୍ରତିଷେଧକ ଟିକା କୋଭିସିଲ୍ଡ ଓ କୋଭିକ୍ସିନର ଡୋଜ ପହଞ୍ଚାଯାଇଛି । ସବୁ ଟିକାକରଣ କେନ୍ଦ୍ରରେ ୱେଟିଂ ରୁମ୍, ଭ୍ୟାକ୍ସିନ୍ ରୁମ୍ ଓ ଅବ୍ଜରଭେସନ୍ ରୁମ୍ର ବ୍ୟବସ୍ଥା ହୋଇଛି ।