ଝାରସୁଗୁଡା (ଏଟିଆର ବ୍ୟୁରୋ); ଗଞ୍ଜେଇ ଚୋରା ଚାଲାଣ କେସରେ ବନ୍ଧା ହେଲେ ଦମ୍ପତି । ଶୁକ୍ରବାର ଓଡିଶାରୁ ନୂଆଦିଲ୍ଲୀ ଗଞ୍ଜେଇ ନେଇ ଯାଉଥିବା ବେଳେ ଝାରସୁଗୁଡା ଆରପିଏଫ ଏବଂ ଜିଆରପି ମିଳିତ ଭାବରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପ୍ରାୟ ୧୬ କେଜିର ଗଞ୍ଜେଇ ଜବତ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଅଙ୍କିତ କୁମାର ସିଂହ ଏବଂ ସୋନୁ ।
ସୂଚନା ଅନୁଯାୟୀ ଅଭିଯୁକ୍ତ ଦମ୍ପତି ଦ୍ୱୟ ରାଉରକେଲା ବାସନ୍ତୀ କଲୋନୀରେ ରହୁଛନ୍ତି । ଏମାନେ ନିୟମିତ ଏଭଳି ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଗୁରୁବାର ଏହି ଦମ୍ପତି ରାଜଗାଙ୍ଗ ପୁର ଷ୍ଟେସନରୁ ଦିଲ୍ଲୀ ଯିବା ପାଇଁ ଚଢ଼ିଥିଲେ । ତେବେ କୈାଣସି ବିଷେଶ ସୂତ୍ରରୁ ଖବର ପାଇବା ପରେ ଆରପିଏଫ ଏବଂ ଜିଆପି ଚଢ଼ାଉ କରିଥିଲେ । ଚେକିଂ ବେଳେ ସେମାନେ ନେଉଥିବା କଳା ରଙ୍ଗର ଏୟାର ବ୍ୟାଗ ଭିତରୁ ୧୬ କେଜିର ଗଞ୍ଜେଇ ମିଳିଥିଲା । ପୋଲିସ ଅଧିକ ପଚରା ଉଚରା କରିବା ପରେ ଏମାନେ ପୂର୍ବରୁ ବହୁବାର ଚୋରା ଚାଲାଣ କରିଥିବା ମଧ୍ୟ ମାନି ଯାଇଛନ୍ତି ।