ସମ୍ବଲପୁର (ଏଟିଆର ବ୍ୟୁରୋ) ; ରାସ୍ତା କଡରେ ପଡିଥିବା ଏକ ବୋତଲକୁ ବିଦେଶୀ ମଦ ଭାବି ପିଇବା ପରେ ୨ ଜଣଙ୍କ ଜୀବନ ଚାଲିଯାଇଛି । ତେବେ ଏହି ମଦ ପିଇ ଆଉ ଜଣେ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି । ମୃତକ ଦ୍ୱୟ ହେଲେ ଗଉଡପଲ୍ଲୀ ଗାଁର କପିଳେଶ୍ୱର ଏବଂ ମହୁଲପାଲି ଗାଁର ପବିତ୍ର । ସେପଟେ ଗୁରୁତର ହେଲେ ମହୁଲପାଲିର ଫକୀର ଖୁରା । ସେ ବୁର୍ଲା ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏହି ଘଟଣାର ସମ୍ପର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ ତିନି ଜଣ ସାଙ୍ଗ ହୋଇ ଯାଉଥିବା ବେଳେ ରାସ୍ତାରେ କଡରେ ଏକ ବୋତଲକୁ ଦେଖିବା ପରେ ସେମାନେ ବିଦେଶୀ ମଦ ଭାବି ତାକୁ ପିଇ ଦେଇଥିଲେ । ପରେ ସେମାନଙ୍କ ଜୀବନ ଚାଲିଯାଇଥିଲା ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ପରିବାର ଲୋକ ଅଭିଯୋଗ କରିଛନ୍ତି କି କେହି ବିଶାକ୍ତ ମଦ ଦେଇ ସେମାନଙ୍କୁ ମାରିଦେଇଛି । ଏଣୁ ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।