କଟକ (ଏଟିଆର ବ୍ୟୁରୋ): ରାଜ୍ୟରେ କାୟା ମେଲାଇବାରେ ଲାଗିଛି କରୋନା । ଦ୍ରୁତ ଗତିରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଥିପାଇଁ କିଛି କିଛି ସ୍ଥାନରେ ଶଟ୍ ଡାଉନ୍ ମଧ୍ୟ ଘୋଷଣା କରାଯାଉଛି । ଏହି ଶଟ୍ ଡାଉନ୍ ଘୋଷଣା ହୋଇଥିବା ଅଞ୍ଚଳ ଏଣିକି ଏବେ କୋର୍ଟ ବି ବନ୍ଦ ରହିବ । ଏନେଇ ସମସ୍ତ ଜିଲ୍ଲା ଜଜ୍ ମାନଙ୍କୁ ଓଡିଶା ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶଟ୍ ଡାଉନ୍ କରାଯାଇଥିବା ଅଞ୍ଚଳ ଗୁଡିକରେ ଜିଲ୍ଲା ଜଜ୍ ଚାହିଁଲ କୋର୍ଟ ବନ୍ଦ କରିପାରିବେ । ଏନେଇ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭୪୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୩ ଜଣଙ୍କର ମୃତ୍ୟୁ ହୋଇଛି ।