ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ମହାମାରୀ କାଳରେ ଭାରତ ସବୁ ଦେଶକୁ ଟିକା ଯୋଗାଇ ଦେଉଥିବା ବେଳେ ଏବେ ଭାରତ ନିଜ ପଡୋଶୀ ଦେଶକୁ ମାଗଣାରେ ଟିକା ଯୋଗାଇ ଦେଇଛି । ତେବେ ଭାରତ ପାକିସ୍ତାନକୁ ୪ କୋଟି ୫୦ ଲକ୍ଷ ଟିକା ଯୋଗାଇବା ନେଇ ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧.୬ କୋଟି ଟଙ୍କା ପହଞ୍ଚାଇବାର ଯୋଜନା ରହିଛି ।
ପାକିସ୍ତାନକୁ ଛାଡିଦେଲେ ଭାରତ ସମସ୍ତ ପଡୋଶୀ ଦେଶକୁ କରୋନା ଟିକା ମିଳି ସାରିଛି । ଭାରତ ମୋଟ ୬୫ ଟି ଦେଶକୁ ଟିକା ପଠାଇବାରେ ସାହାର୍ଯ୍ୟ କରିଛି । କରୋନା ଟିକା ମିଳିବା ପରେ ମାଲଦ୍ୱୀପ,ନେପାଳ,ଆଫଗାନିସ୍ତାନ ଓ ପଶ୍ଚିମବଙ୍ଗ ଏହି ଟିକାର ବ୍ୟବହାର ଆରମ୍ଭ କରିସାରିଲେଣି ।