ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେବା ପରେ ଆଜି ଏହାର ଡ୍ରାଏ ରନ ଆରମ୍ଭ ହେବ । ଡ୍ରାଏ ରନ ସମୟରେ କୈାଣସି ଟିକା ବ୍ୟବହାର ହେବ ନାହିଁ । ୧୧୬ ଜିଲ୍ଲାରେ ୨୫୯ ଟି ସ୍ଥାନରେ ଏହି ଟିକାର ଡ୍ରାଏ ରନ ଆରମ୍ଭ ହେବ । ପୂର୍ବରୁ ପଞ୍ଜାବ , ଆସାମ , ଗୁଜୁରାଟ , ଓ ଆନ୍ଧ୍ରପ୍ରଦେଶରେ ଏହି ଟିକାର ଡ୍ରାଏ ରନ ଆରମ୍ଭ ହୋଇଛି ।
କୋଭିଡ ଗାଇଡ ଲାଇନର ନିୟମ ମାନି ଏହି ଟିକା ଦିଆଯିବ । ପ୍ରତି ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀ ସାମିଲ ହେବେ । ଏହି ମକଡ୍ରିଲ ପାଇଁ ୩ ଟି ରୁମ ରହିଛି । ଟିକା ନେବା ପାଇଁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟେସନ ହେବା ସହ ପରିଚୟ ପତ୍ର ଯାଞ୍ଚ କରାଯିବ । ଓ ପରେ ବ୍ୟକ୍ତିଙ୍କୁ ୱେଂଟି ରୁମକୁ ଛଡାଯିବ । ସେଠାରେ ସେମାନଙ୍କ ଯାଞ୍ଚକରାଯାଇ ଭ୍ୟାକ୍ସିନ ରୁମକୁ ପଠାଯିବ ।
ଏହି ଭ୍ୟାକସିନ ନେବା ପରେ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ଅବଜର୍ଭେସନରେ ରହିବେ ।ଟିକାକରଣ ପାଇଁ ୨୧ ଲକ୍ଷ ସିରିଞ୍ଜ ଆସିଛି । ଟିକା ଆସିଲେ ପ୍ରଥମେ ରାଜ୍ୟ ଷ୍ଟୋର ଏବଂ ପରେ ୯ ଟି ଆଞ୍ଚଳିକ ଟିକା ଷ୍ଟୋର ଓ ପରେ ୩୨ ଟି ଟିକା ଷ୍ଟୋରକୁ ପଠାଯିବ । ଟିକାକରଣ ପାଇଁ ନିୟୋଜିତ ଥିବା ସମସ୍ତ ଭଲ୍ୟୁଣ୍ଟରଙ୍କ ନାଁ ୱେବସାଇଟରେ ଅପଲୋଡ ହୋଇଛି ।
୪ ଟି ରାଜ୍ୟରେ ଏହି ଟିକା ଭଲ ପଦର୍ଶନ କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ପୂରା ଦେଶରେ ଟିକାର ଡ୍ରାଏ ରନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।