ପୁରୀ(ଏଟିଆର ବ୍ୟୁରୋ): ପୁରୀ ଜିଲ୍ଲାକୁ ୫ ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।ଯେଉଁ ରାଜ୍ୟଗୁଡିକରେ କରୋନା ସଂକ୍ରମଣ ଅଧିକ ବୃଦ୍ଧି ପାଇଛି ସେହି ରାଜ୍ୟଗୁଡିକରେ ପର୍ଯ୍ୟଟକଙ୍କ ଉପରେ ପ୍ରଶାସନ କଟକଣା ଲଗାଯାଇଛି । ଏ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ସେହିପରି ମାସ୍କ ବ୍ୟବହାରକୁ କଡ଼ାକଡ଼ି କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଅଂଟା ଭିଡ଼ିଛି ପ୍ରଶାସନ ।ସେହିଭଳି ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଥିବା କୁହାଯାଇଛି ।
ଏହି ୫ ଟି ରାଜ୍ୟମାନଙ୍କ ମଧ୍ୟରେ ରହିଛି ମହାରାଷ୍ଟ୍ର,ପଞ୍ଜାବ,କେରଳ,ଛତିଶଗଡ ଓ ମଧ୍ୟପ୍ରଦେଶ ପ୍ରମୁଖ ରାଜ୍ୟ ରହିଛନ୍ତି । ଏସବୁ ରାଜ୍ୟର କୌଣସି ପର୍ୟ୍ୟଟକ ପୁରୀ ଆସିଲେ ସେମାନଙ୍କୁ ୭୨ ଘଣ୍ଟା ପୂର୍ବର ଜଞ-ଚଉଜ ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।