ପୁରୀ(ଏଟିଆର ବ୍ୟୁରୋ):କୋହଳ ହେଲା କଟକଣା । ଆସନ୍ତା ୨୧ ତାରିଖରୁ ଉଠିବ କୋଭିଡ ଗାଇଡ ଲାଇନ ନିୟମ । ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏ ନେଇ ଆଜି ମନ୍ଦିର ପ୍ରଶାସନର ମୁ୍ଖ୍ୟ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
ଆଜି ବୈଠକରେ ଦର୍ଶନ ପାଇଁ ବସିଥିବା କଟକଣା କୋହଳ ନେଇ ଆଲୋଚନା କରାଯାଇଥିଲା । ଆଲୋଚନାରେ ଜିଲ୍ଲାପାଳ , ମନ୍ଦିିର ପ୍ରଶାସନ, ଉପଜିଲ୍ଲାପାଳ, ଓ ପ୍ରଶାସନ ଅଧିକାରୀମାନେ ଯୋଗ ଦେଇଥିଲେ । କୋଭିଡ ନେଗେଟିଭ ରିପୋର୍ଟ ଯାଞ୍ଚ ହେଇଥିବାରୁ ଅତି କମ ସଂଖ୍ୟକ ଲୋକ ଦର୍ଶନ ପାଇଁ ଆସୁଥିଲେ ।
ତେବେ ଆଜି ବୈଠକରେ ବସିଥିବା ନିୟମ ଅନୁସାରେ ୨୧ ତାରିଖରୁ ବିନା କୋଭିଡ ରିପୋର୍ଟରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଆସନ୍ତା ୨୧ ତାରିଖରୁ ସକାଳ ୭ଟାରୁ ଭକ୍ତମାନେ ଦର୍ଶନ କରିପାରିବେ । ପ୍ରଥମେ ୩୦ ହଜାର ଲୋକଙ୍କ ପାଇଁ ଦର୍ଶନର ଅନୁମତି ମିଳିଛି ।
କୋଭିଡ ନେଗେଟିଭ ରିପୋର୍ଟ ଉପରେ କେବଳ କୋହଳ କରାଯାଇଛି ।ଆଉ ସମସ୍ତ ନିୟମ ପୁର୍ବ ପରି ଜାରି ରହିବ । ଯେପରିକି ସାମାଜିକ ଦୁରତା ରକ୍ଷା କରିବା , ମାସ୍କ ପିନ୍ଧିବା , ସାନିଟାଇଜର ବ୍ୟବହାର ଓ ଥର୍ମାଲ ସ୍କିନିଂ ଜାରି ରହିବ । ପ୍ରତ୍ୟେକ ରବିବାର ବନ୍ଦ ରହିବ ମନ୍ଦିର । ସେହିଭଳି ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।