ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ୧୨ ତାରିଖରେ ବିଧାନସଭାରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କରୋନା ମହାମାରୀ କାରଣରୁ ବିଧାନସଭାରେ ଅନେକ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।ଏଥିପାଇଁ ଆସନ୍ତା କାଲିଠାରୁ ସବୁ ବିଧାନସଭାରେ ବିଧାୟକଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଏହା ସହ ସୁରକ୍ଷାକର୍ମୀ,ସାମ୍ବାଦିକ,ବିଧାନସଭା କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ ।
ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର କହିଛନ୍ତି ବିଧାନସଭା ଭିତରକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର କୋଭିଡ ଟେଷ୍ଟ ବକରିବା ବାଧ୍ୟତାମୂଳକ । ଆସନ୍ତାକାଲିଠାରୁ କରୋନା ଟେଷ୍ଟ ହେବ ଓ ୨ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିବ । ଏହା ମଧ୍ୟରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ କେବଳ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି ।