ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାରୁ ସୁସ୍ଥ ହେବା ପରେ ପଶ୍ଚିମ ବଙ୍ଗରୁ ଆସିଥିବା ବ୍ୟକ୍ତିଙ୍କର ଆଜି ସକାଳୁ ମୃତ୍ୟୁ ଘଟିଛି । ସେ ଭୁବନେଶ୍ୱରରେ ଚିକିତ୍ସା ହେଉଥିଲେ । ତାଙ୍କର ଦୁଇ ଦୁଇ ଥର ରକ୍ତ ନମୁନା ପରୀକ୍ଷା କରାଯିବା ପରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।ମାତ୍ର କରୋନାରୁ ସୁସ୍ଥ ହେବା ପରେ ସେ ମେଡିକାଲରୁ ଡିସଚାର୍ଜ ହୋଇନଥିଲେ । ହୁଏତ ତାଙ୍କର ଅନ୍ୟ କିଛି ରୋଗ ପାଇଁ ଚିକିତ୍ସା ଚାଲିଥିଲା ।
ପଶ୍ଚିମବଙ୍ଗର ମେଦିନିପୁରରୁ ଆସି ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କର କରୋନା ପଜିଟିଭ୍ ବାହାରିଥିଲା । ଏହାପରେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କରୋନା ପଜେଟିଭ୍ କେସ୍ ନଂ ୪୪ ଥିଲା । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ଚିକିତ୍ସା ପରେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇନଥିଲା । ତାଙ୍କର ଅଙ୍ଗ ପ୍ରତ୍ୟେଙ୍ଗ କାମ ନକରିବାରୁ ଆଜି ତାଙ୍କର ମୃତ୍ୟୁ ଘଟିଛି ।
After treatment, he was found negative for COVID-19 in 2 repeat tests.
Although he had recovered from COVID he could not be discharged due to his pre-existing other medical complaints.
He passed away this morning due to hypopituirism with septic shock & multi organ failure.
— I & PR Department, Odisha (@IPR_Odisha) April 21, 2020