ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ଭୁବନେଶ୍ୱରରେ ଲଗାତାର ଭାବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି । ଆଜି ମଧ୍ୟ ଭୁବନେଶ୍ୱରରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ଜଣ ହୋମ୍ କ୍ୱ ରାଣ୍ଟାଇନରୁ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ବାସୀନ୍ଦା । ଏହାକୁ ମିଶାଇ ଭୁବନେଶ୍ୱରରେ ୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବିଷୟରେ ।
• ଆଜି ଜୟଦେବ ବିହାର ନିକଟରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଥିବା ବେଳେ ଜଣେ ବର୍ଷକର ଶିଶୁ ରହିଛି । ଏମାନେ ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ହୋମ୍ କ୍ୱରାଣ୍ଟାଇନରେ ଥିଲେ ।
• ସେହିପରି ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ୧୨ ଜଣ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଏମାନେ ଉତ୍ତର ପ୍ରଦେଶରୁ ଫେରି ହୋମ୍ କ୍ୱରାଣ୍ଟାଇନରେ ଥିଲେ ।
• ସେହିଭଲି ପେଡ କ୍ୱରାଣ୍ଟାଇନ ସେଣ୍ଟରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିକଟରେ ସେ ପଶ୍ଚିମବଙ୍ଗରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ୟୁନିଟ -୮ ଅଞ୍ଚଳରୁ ଜଣେ ୩୬ ବର୍ଷୀୟ ମହିଳା ଓ ଜଣେ ୪୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଏମାନେ ମୁମ୍ବାଇରୁ ଫେରି ହୋମ୍ କ୍ୱରାଣ୍ଟାଇନରେ ଥିଲେ ।
• ସେହିଭଲି ୟୁନିଟି-୬ ଅଞ୍ଚଳରୁ ଜଣେ ୨୪ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ବଙ୍ଗାଲୁରୁରୁ ଫେରି ହୋମ୍ କ୍ୱରାଣ୍ଟାଇନରେ ଥିଲେ ।
• ସେହିପରି ସିରିପୁର ଲକ୍ଷ୍ମୀବଜାର ବସ୍ତିରୁ ୪ ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ବୟଷ ଯଥାକ୍ରମେ ୧୪ ,୧୮ ଓ ଦୁଇ ଜଣ ପୁରୁଷ ବୟଷ ଯଥାକ୍ରମେ ୧୧ ଓ ୨୨ କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସିଥିଲେ ।
• ସେହିଭଲି ଚକେଇସିଆଣି ହାଡବାଇ ବସ୍ତିରୁ ଜଣେ ୪୬ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
• ଏକ ଘରୋଇ ହସ୍ପିଟାଲର ୩ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ବୟସ ଯଥାକ୍ରମେ ୨୩. ୨୪ ଓ ଜଣେ ପୁରୁଷ ବ୍ରସ ୨୬ ବର୍ଷ ।
• ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ଜଣେ ୨୯ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି ।
• ସେହିପରି ଆଉ ଏକ ଘରୋଇ ହସ୍ପିଟାଲରୁ ଜଣେ ୩୯ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି ।
• ସେହିଭଲି ସରକାରୀ ମେଡିକାଲରୁ ଜଣେ ୩୮ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି ।
• ମଞ୍ଚେଶ୍ୱର ୟୁପି ସ୍କୁଲ ନିକଟରୁ ଜଣେ ୪୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
• ସେହିଭଲି ଭିଏସଏସ ନଗରରୁ ଜଣେ ୩୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
• ଅନ୍ୟପଟେ ଆଜି ରାଜଧାନୀ ଭୁବନେଶ୍ୱରରୁ ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ ସୁସ୍ଥ ହୋଇଥିବା ବେଳେ ୧୨୭ ଟି ସକ୍ରିୟ କେସ୍ ରହିଛି । ସେହିଭଲି ୩ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।