ଭୂବନେଶ୍ୱର(ଏଟିଆର ବ୍ୟୁରୋ):ବହୁ ପ୍ରତିକ୍ଷାର ଅନ୍ତପରେ ଆଜି ଆସି ପହଞ୍ଚିଛି ଭୂବନେଶ୍ୱରରେ କରୋନା ଟିକା । ସ୍ପାଇଟ ଜେଟ ବିମାନରେ କୋଭିଡ ୧୯ କରୋନା ଟିକା ପୁନେରୁ ଆସି ପହଞ୍ଚିଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ଟିକା ବାକ୍ସଗୁଡିକ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଶ୍ରୀରାମ ଛକରେ ଥିବା ରାଜ୍ୟ ଔଷଧ ନିଗମ କାର୍ଯ୍ୟଳୟ ପରିସରକୁ ଅଣାଯାଇଛି ।
ଆସନ୍ତା ୧୬ ରେ ଟିକାକରଣ କରାଯିବ । ୧୬୨ ଟି ଭ୍ୟାକ୍ସିନ କେନ୍ଦ୍ରରେ ସେସନ ସାଇଟର ହେବ ଟିକାକରଣ । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀ ଏହି ଟିକା ନେବେ । ରାଜ୍ୟକୁ ୪ ଲକ୍ଷ ୮ ହଜାର ଡୋଜ ଆସିଛି ।ଏବଂ ଗୋଟେ ସିରିଞ୍ଜରେ ୧୦ ଟି ଡୋଜ ଦିଆଯାଇପାରିବ ।ଯେଉଁମାନଙ୍କୁ ଟିକା ପ୍ରଦାନ କରାଯିବ ସେମାନଙ୍କ ପାଖକୁ ମେସେଜ ଦିଆଯିବ ।