ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗକୁ ଆସୁଛି ଦୀପାବଳୀ । ଏନେଇ ଖୁବ୍ ଜୋରଦାରରେ ଚାଲିଛି ବାଣଭିଡା କାମ । କିନ୍ତୁ ଦୀପାବଳୀ ପୂର୍ବରୁ ଘଟିଯାଇଛି ଏକ ଅଘଟଣ । ବାଣଭିଡା ବେଳେ ବିସ୍ଫୋରଣ ଘଟି ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବନମାଳିପୁର ନୂଆସାହିରେ ଦେଖିବାକୁ ମିଳିଛି ।
ବାଣ ଭିଡୁଥିବା ବେଳେ ହଠାତ୍ ବସ୍ଫୋରଣ ହୋଇଥିଲା । ଏଥିରେ ଏକ କୋଠା ଘରର କାନ୍ଥ ଭୁଷୁଡି ପଡିବା ସହିତ ନିଆଁ ଲାଗି ଯାଇଥିଲା । ଫଳରେ ସ୍ୱାମୀ ଓ ସ୍ତ୍ରୀ ଦୁହିଁଙ୍କର ମୃତ ଘଟିଛି । ମୃତକ ସ୍ୱାମୀଙ୍କ ନାଁ ଜ୍ଞାନରଞ୍ଜନ ମିଶ୍ର ଏବଂ ସ୍ତ୍ରୀ ଝୁନାମଣି ମିଶ୍ର ବୋଲି ଜାଣିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।