ବାଲେଶ୍ୱର (ଏଟିଆର ବ୍ୟୁରୋ ) : ମୃତ ବ୍ୟକ୍ତିଙ୍କ ନାଁରେ ଅର୍ଥ ଆତ୍ମସାତ । ମରିଯାଇଥିବା ଜଣେ ପେନସନ ହୋଲ୍ଡରଙ୍କ ଆକାଉଂଟକୁ ସଚଳ ରଖି ଜଣେ ବ୍ୟାଙ୍କ କର୍ମଚାରୀ କରି ଚାଲିଥିଲେ ଏଭଳି କାରନାମା । ଯାହାର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଂଚ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ବିଜନେସ କରେସପେଣ୍ଡେଂଟ ପ୍ରଭାତ ଦାସଙ୍କୁ ଏହି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
୨୦୧୪ରୁ ୨୦୧୮ ମସିହା ମଧ୍ୟରେ ମୃତ ପେନସନ ହିତାଧିକାରୀଙ୍କୁ ଜିବୀତ ଦର୍ଶାଇ ୧କୋଟି ୪୦ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ପ୍ରଭାତଙ୍କୁ କ୍ରାଇବ୍ରାଂଚ ଗିରଫ କରିଛି । କ୍ରାଇମବ୍ରାଂଚ ତାଙ୍କ ନିକଟରୁ ଏକ ଏଟିଏମ କାର୍ଡ ମଧ୍ୟ ଜବତ କରିଛି ।