ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ଆଦିତ୍ୟ ମୃତ୍ୟୁ ଘଟଣାରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ଏନେଇ ଆଜି ସକାଳେ ଡିଜିପି ଟ୍ୱିଟ କରି ସୂଚନା ଦେବା ପରେ ଆଜି ବିଧିବଧ ଭାବେ ଏଇ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି । ଆଜି ମୃତ ଦେହ ମିଳିଥିବା ସ୍ଥାନକୁ କ୍ରାଇମବ୍ରାଞ୍ଚ ଓ ଜିଆରପି ଟିମ୍ । ଆଜି ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲା ପରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତଦନ୍ତ ।
ଆଜି ଡିଏସପିଙ୍କ ନେତୃତ୍ୱରେ ୨ ଜଣିଆ ଟିମ ପହଞ୍ଚି ଜିଆରପି ଠାରୁ କାଗଜପତ୍ର ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଗତ ୭ ତାରିଖରେ ଆଦିତ୍ୟଙ୍କ ମୃତ ଦେହ ଲିଙ୍ଗରାଜ ରେଲୱେଷ୍ଟେସନ ନିକଟ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ଏବେ ବି ସନ୍ଦେହ ଭରି ରହିଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ତାକୁ ନେଇ ସସପେନ୍ସ ରହିଛି । ତେବେ ଯାହା ଆଶା କରାଯାଉଛି କ୍ରାଇମବ୍ରାଞ୍ଚ ତଦନ୍ତରେ ଏହି ମୃତ୍ୟୁ ଘଟଣାରୁ ପରଦା ଉଠିପାରେ ।