ନୟାଗଡ(ଏଟିଆର ବ୍ୟୁରୋ): ନୟାଗଡ ଶିଶୁ କନ୍ୟା ପରୀ ହତ୍ୟା ମାମଲରେ ୩ ଜଣଙ୍କୁ ଉଠାଇନେଇଛି କ୍ରାଇମବାଞ୍ଚ । ଆଜି ସକାଳୁ ଏସଆଇଟି ଟିମ ଆସି ଘରୁ ଉଠାଇନେଇଥିବା ବେଳେ ତାଙ୍କୁ କେଉଁ ସ୍ଥାନରେ ରଖିଛି ଏନେଇ କାହା ପାଖରେ କୈାଣସି ତଥ୍ୟ ନାହିଁ । ସେମାନଙ୍କ ମଧ୍ୟରୁ ସରୋଜ ସେଠୀ, ତାଙ୍କ ମା ଓ ଭଉଣୀ ରହିଥିବାର ସୂଚନା ମିଳିଛି ।
ପୂର୍ବରୁ ସରୋଜଙ୍କୁ ଏସଆଇଟି ତରଫରୁ ଜେରା କରି ପଚାରଉଚାର କରାଯାଇଥିଲା । ଏଥର ତାଙ୍କ ମା ଓ ଭଉଣୀଙ୍କୁ ଉଠାଇ ନେଇଛି କ୍ରାଇମବାଞ୍ଚ । ଦୋଷ ମୁଣ୍ଡାଇ ନେବାକୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ ବୋଲି ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ ।
ଜୁଲାଇ ୧୪ ରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁଆଡେ ଚାଲିଯାଇଥିଲା ତାର ପତ୍ତା ମିଳୁନଥିଲା । ତେବେ ଜୁଲାଇ ୨୪ ରେ ଘର ବାଡି ପଟୁ ଏକ ପୋଖରୀ କୂଳରୁ ତାର ଖପୁରୀ ସହ କିଛିି ହାଡ ଓ ଡ୍ରେସ ମିଳିଥିଲା ।
ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେବାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ପରୀ ହତ୍ୟାକାରୀକୁ ଗିରଫ କରି ପାରୁ ନାହିଁ ପୋଲିସ ।