ବୁଗୁଡା (ଏଟିଆର ବ୍ୟୁରୋ); ଦୀର୍ଘ ଦିନରୁ ମନ ଭିତରେ କହୁଳୁଥିଲା ପ୍ରତିଶୋଧର ନିଆଁ । ସମୟ ଏବଂ ସୁଯୋଗ ଖୋଜୁଥିଲା ଦୁବୃର୍ତ୍ତ । ଘରେ କେହି ନଥିବାର ସୁଯୋଗ ନେଇ ଘରେ ବନ୍ଧୁ ଭଳି ପ୍ରଥମେ ପଶିଲା ଏବଂ ଶେଷରେ ତଣ୍ଟି କାଟି ଫେରାର ହୋଇ ଯାଇଥିଲା । ତେବେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ । ଝିଅ ମୃତ୍ୟକୁ ସହ୍ୟ କରନପାରି ଶେଷରେ ଝିଅର ଶାଶୁର ତଣ୍ଟି କାଟି ହତ୍ୟା କରିଛି ବାପା ମୃତକ ଜଣକ ହେଲେ କନକ ସାହୁ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୧୭ ମସିହା ଅକ୍ଟୋବର ୧୩ ତାରିଖରେ ଜଗନ୍ନାଥ ପ୍ରସାଦଥାନା ଅନ୍ତର୍ଗତ ପଟାଧାର ଗାଁର ପଦ୍ମନାଭ ସାହୁଙ୍କ ଝିଅ ଭାରତୀର ଶାଶୁଘରେ ଆତ୍ମହତ୍ୟା ହୋଇଥିଲା । ଯୈାତୁକ ନିର୍ଯ୍ୟାତନା କାରଣରୁ ଆତ୍ମହତ୍ୟା ହୋଇଥିବାରୁ ବାପଘର ଲୋକ ଥାନାରେ ଅଭିଯୋଗ କରିବା ପରେ ଭାରତୀଙ୍କ ସ୍ୱାମୀ ରଘୁନାଥ ସାହୁ, ଶାଶୁ କନକ ସାହୁ, ଶ୍ୱଶୁର କବିଚନ୍ଦ୍ର ସାହୁ ଓ ଦିଅର ଶାନ୍ତନୁ ସାହୁକୁ ଗିରଫ କରିଥିଲା।
ଦୋଷୀଙ୍କୁ ଗିରଫ କରିବା ପରେ ମଧ୍ୟ ମନରୁ ରାଗ କମିନଥିଲା ପଦ୍ମନାଭର । କାରଣ ଏହି ରାଗ ଆଗରେ କେହି ବି ବାଦ ପଡିନଥାନ୍ତି । ରାଗ ଥରେ ମୁଣ୍ଡକୁ ଚଢ଼ିଗଲେ ଏଥିରୁ କେହି ବି ବାଦ ପଡିନଥାନ୍ତି । ସେ ଶତ୍ରୁ ହୁଅନ୍ତୁ ବା ମିତ୍ର । ଏଣୁ ଝିଅମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଖୋଜୁଥିବା ସୁଯୋଗକୁ ଆଜି ମିଳିଯାଇଥିଲା । ଘରେ କେହି ନଥିବାରୁ ଜାଣିବା ପରେ ଘରେ ପଶି କନକଙ୍କ ତଣ୍ଟି କାଟି ହତ୍ୟା କରିଥିଲେ ପଦ୍ମନାଭ । ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ରକ୍ତଜୁଡୁବୁଡୁ ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିଛି ।