ମୁମ୍ବାଇ(ଏଟିଆର ବ୍ୟୁରୋ): ପୁଣି ଦର୍ଶକଙ୍କୁ ମତୁଆଲା କରିବାକୁ ଆସୁଛନ୍ତି ଆୟୁଷ୍ମାନ ଖୁରାନା ଏବଂ ଭୁମି ପେଡନେକର । ରିଲିଜ ହେବାକୁ ଯାଉଛି ନୂଆ ଫିଲ୍ମ ବାଲା ।
ନିକଟରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବଧାଇ ହୋ ସୁପରହିଟ ସାବ୍ୟସ୍ତ ହୋଇଛି । ତେବେ ଅମର କୌଶିକଙ୍କ ଆଗାମୀ ଫିଲ୍ମରେ ଏହି ଦୁଇ ସୁପରହିଟ ଯୋଡି ପୁଣି ଏକାଠି ନଜରକୁ ଆସିବେ । ଆୟୁଷ୍ମାନ ଓ ଭୂମି ପ୍ରଥମେ ଦମ୍୍ ଲଗାକେ ହାଇସାରେ ନଜର ଆସିଥିଲେ ।
ଏହାପରେ ୨୦୧୭ରେ ଶୁଭ ମଙ୍ଗଳ ସାବଧାନରେ ଏକାଠି କାମ କରିଥିଲେ । ଏବେ ଆୟୁଷ୍ମାନ ଖୁରାନା ଡ୍ରିମ ଗାର୍ଲର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ବର୍ଷ ଆୟୁଷ୍ମାନ ବଧାଇ ହୋ ଓ ଅନ୍ଧାଧୁନ ଫିଲ୍ମ ରିଲିଜ ହୋଇଥିଲା ଯାହା ଦର୍ଶକଙ୍କୁ ପସନ୍ଦ ଆସିଥିଲା ।