ମୟୁରଭଞ୍ଜ(ଏଟିଆରବ୍ୟୁରୋ)- ମୃତ୍ୟୁ କେତେବେଳେ ଆଉ କେମିତି ଆସେ ତାହା କହି ହେବନି । ସେ ଘରେ ହେଉ କି ବାହାରେ । ବାଇକରେ ହସଖୁସିରେ ଯାଉଥିଲେ ଏକ ପରିବାର । ହେଲେ ଜାଣି ନଥିଲେ ବାଟରେ ଅପେକ୍ଷା କରି ବସିଛି ଦଇବ ଦଉଡି । ଆଜି ଅପରାହ୍ନରେ ଦଲଦଲି ଗାଁର ବେଣୁଧର ସିଂ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ଗାଁଙ୍କୁ ଫେରୁଥିଲେ । ହେଲେ ବେତନଟୀ ଥାନା ଏନଏଚ ୧୮ବଙ୍ଗଳା ନିକଟରେ ପଛପଟୁ ଧକ୍କା ଦେଲା ଏକ ଟ୍ରାକ୍ଟର । ଫଳରେ ଘଟଣାସ୍ଥଳରେ ବେଣୁଧର ତାଙ୍କ ପତ୍ନୀ ଓ ସାନ ଝିଅର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ବଡ ଝିଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ବଡ ଝିଅ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଅନ୍ୟପଟେ ଟ୍ରାକ୍ଟର ଚାଳକ ଫେରାର ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024