କଲାହାଣ୍ଡି(ଏଟିଆର ବ୍ୟୁରୋ): ଭିଜିଲାନ୍ସ ନାଁ ଶୁଣିଲେ ଆମେ ମାନେ ଭୟଭିତ ହୋଇଯାଉ । ଏହାର ଫାଇଦା ଉଠାଇ କିଛି ଅସାମାଜିକ ଲୋକ ନିଜକୁ ଭିଜିଲାନ୍ସ ଅଧିକାରୀ କହି ଲୋକ ମାନଙ୍କ ଠାର ଲକ୍ଷ ଲକ୍ଷ ଟଙ୍କାୁ ଲୁଟି ନେଇ ଯାଇଥାନ୍ତି । ଏଭଲି ଏକ ଘଟଣା ଦେଖିବାକୁ ମିଳିଛି କଲାହାଣ୍ଡି ଜିଲ୍ଲାର ମଦନପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡା ନୋଡାଲ ସ୍କୁଲରେ । ସୂଚନା ଅନୁସାରେ ଆଜି ୨ଜର ବ୍ୟକ୍ତି କର୍ଲାମୁଣ୍ଡା ନୋଡାଲ ସ୍କୁଲ ଅଫିସ ଭିତରକୁ ଯାଇଥିଲେ । ଏହା ପରେ ସେମାନେ ନିଜକୁ ଭିଜିଲାନ୍ସ ଡିଏସପି କହି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମାଗିବା ସହ ଟଙ୍କା ମାଗିଥିଲେ । ହେଲେ ସେମାନଙ୍କ ହାବଭାବ ଉପରେ ସନ୍ଦେହ କରି ଶିକ୍ଷକ ମାନେ ନିକଟରେ ଥିବା ଗ୍ରାମବାସୀଙ୍କୁ ଡାକିଥିଲେ ।
ଗ୍ରାମବାସୀ ମାନେ ଏକାଠି ହୋଇ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରିନେଇଥିଲେ । ଏହା ପରେ ପୋଲିସକୁ ଡାକି ଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପଚରାଉଚରା କରିବାରୁ ଘଟଣାଟିର ସତ୍ୟତ ବହାରକୁ ଆସିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବ୍ୟକ୍ତି ମାନେ ଭିଜିଲାନ୍ସର ଅଧିକାରୀ ନୁହେଁ । ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳର ସୁଧାକର ତ୍ରିପାଠି ଓ ଅନ୍ୟ ଜଣେ ସମ୍ବଳପୁର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ସେମାନଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।