ଭବାନୀପାଟଣା(ଏଟିଆର ବ୍ୟୁରୋ): ଚାକିରି କରାଇ ଦେବା କହି ଠକେଇ ହୋଇଥିବାର ଅଭିଯୋଗ ହୋଇଛି ଭବବାନୀପାଟଣ ଟାଉନ୍ ଥାନାରେ । ସୂଚନା ଅନୁସାରେ ଜ୍ୟୋତିରଞ୍ଜନ ସାମଲ ନାମକ ଜଣେ ଯୁବକ ଚାକିରି ଦେବାର ପ୍ରଲୋଭନ ଦେଖାଇ ବହୁ ଯୁବକଙ୍କ ପାଖରୁ ପାଖାପାଖି ୪୦ ଲକ୍ଷ ଟଙ୍କା ଠେକେଇ କରି ଥିବା ଜଣାପଡିଛି । ଜ୍ୟୋତି ୱେସ୍କୋର କଲାହାଣ୍ଡି ଜିଲ୍ଲା ଭବନୀପାଟଣା ପୂର୍ବ ବିଦ୍ୟୁତ ମଣ୍ଡଳ ଅନ୍ତର୍ଗତ ସେକସନ-୩ରେ ଲାଇନ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ।
ଗତ ୨୦୧୭ମସିହାରେ ମଦନ କୁମ୍ଭାର ନାମକ ଜଣେ ଯୁବକଙ୍କ ପାଖରୁ ଚାକିରି ଯୋଗାଇ ଦେବେ ବୋଲି କହି ୫୦ହଜାର ଟଙ୍କା ନେଇଥିଲେ । ବହୁ ଦିନ ଅପେକ୍ଷା ପରେବି ମଦନ ଚାକିରି ପାଇନଥିଲେ । ଏହା ପରେ ମଦନ ଜ୍ୟୋତିଙ୍କୁ ତାଙ୍କ ଟଙ୍କା ଫେରାଇବାକୁ କହିଥିଲେ । କିନ୍ତୁ ଟଙ୍କା ଫେରାଇ ନଥିଲେ ଜ୍ୟୋତି । ମଦନଙ୍କୁ ଆଜି ଦେବି କାଲି ଦେଇ ଦେବି କହିକି ଭୁତଉଥିଲେ ଜ୍ୟାତି । ଏଥିରେ ଅତିଷ୍ଟ ହୋଇ ଗତ ୨୦ ତାରିଖରେ ଭବାନୀପାଟଣା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଦନ । ଲିଖିତ ଅଭିଯୋଗକୁ ଆଧାର କରି ପୋଲିସ ଛାନବିନ କଲା ବେଳକୁ ଜ୍ୟାତି ଫେରାର ହୋଇଯାଇଛନ୍ତି । ପୋଲିସଙ୍କ କହିବା ଅନୁସାରେ ଗତ ୪ମାସ ହେଲାଣି ଅଭିଯୁକ୍ତ ଜ୍ୟୋତି ଫେରାର ଅଛି । ସେପଟେ ମଦନ ଅଭିଯୋଗ କରୁଛନ୍ତି ଯେ ପୋଲିସ ଅଭିଯୁକ୍ତକୁ ଖୋଜିବା ପାଇଁ ପ୍ରୟାସ କରୁନାହିଁ ।