ରାୟଗଡା (ଏଟିଆର ବ୍ୟୁରୋ); ରାଗ ଥିଲା ବାପା ଉପରେ । ତେବେ ବାପା ନମିଳିବାରୁ ୫ ବର୍ଷର ପୁଅ ଉପରେ ଶୁଝାଇଲା ରାଗ । ଛୋଟ ଛୁଆକୁ ଚାପୁଡାଏ କି ଦିଚାପୁଡା ମାରି ରାଗ ଶୁଝାଇନି । ବରଂ ଛୋଟ ବଡ ନମାନି ଅତି ନୃଂଶସ ଭାବରେ ଛୋଟ ଛୁଆକୁ ହାଣି ପକାଇଲା । ଯାହାକୁ ଦେଖିବା ପରେ ଦେହ ଶିତେଇ ଉଠି ପଡିବ । ତେବେ ଏଭଳି ଛାତିଥରା ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନୀଗୁଡା ଥାନା ଅନ୍ତର୍ଗତ ଭାଲିଆ ପଦର ଅଞ୍ଚଳରେ । ଗ୍ରାମର ଦୁଇ ପଡୋଶୀ ଘାସିରାମ ସିକକା ଏବଂ ଗିରି ମାଣ୍ଡିକାଙ୍କ ମଧ୍ୟରେ ଶତ୍ରୃତା ଥିଲା । ଘାସିରାମ ଗିରିଙ୍କ ପାଞ୍ଚ ବର୍ଷର ପୁଅ ତରଣକୁ ଅତି ନୃଶସ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପୋଲିସ ଖବର ପାଇବା ପରେ ଘାସିରାମଙ୍କୁ ଗିରଫ କରିଛି । ଏବଂ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ପୋଲିସ ରିପୋର୍ଟ ମୁତାବକ ଘାସିରାମ ଏବଂ ଗିରିଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୃତା ଥିଲା । ଏଣୁ ଏହି ଦୁହେଁ ଅଧିକାଂଶ ସମୟରେ ଝଗଡା ଲାଗିରହୁଥିଲା । କିନ୍ତୁ ଆଜି ଉଭୟଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା । ଘାସିରାମ ଏକ ଟାଙ୍ଗିଅ ଧରି ଗିରିଙ୍କୁ ହାଣିବା ପାଇଁ ତଡିଥିଲା । କିନ୍ତୁ ଗିରି କୌଶଳ କରି ଲୁଚି ପଡିଥିଲେ । ପରେ ଗିରିଙ୍କୁ ନପାଇ ଘରେ ଥିବା ତାଙ୍କ ପୁଅ ତରଣଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲା ଘାସିରାମ । ଗାଁ ଲୋକ ଦେଖିବା ପରେ ଘାସିରାମକୁ କାବୁ କରି ମାଡ ମାରିଥିଲେ । ପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା । ଅଭିଯୁକ୍ତ ଘାସିରାମକୁ ଗିରଫ କରିଥିଲା । ଏବଂ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଥିଲା । ତେବେ ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି । ଅଭିଯୁକ୍ତଙ୍କ ପରିବାରକୁ ଗାଁ ଲୋକ ବହୁତ ନିନ୍ଦା କରିଛନ୍ତି । ତେବେ ସାମାନ୍ୟ ଗଣ୍ଡଗୋଳ ପାଇଁ ନିଷ୍ପାପ ଶିଶୁ ହତ୍ୟା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।