ବାଲେଶ୍ୱର (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଦୁଷ୍କର୍ମର ପରିମାଣ । ପ୍ରତ୍ୟେକ ଗଣମାଧ୍ୟମରେ କେଉଁଠି ନାଁ କେଉଁଠି ଦୁଷ୍କର୍ମ ହେଉଥିବା ଖବର ପ୍ରସାରଣ କରାଯାଉଛି । କିନ୍ତୁ ଦେହ ଲୋଭି ମଣିଷମାନେ ଚେତିବାର ନାଁ ଧରୁ ନାହାଁନ୍ତି । ଦେହର ଭୋକ ମେଣ୍ଟେଇବାକୁ ଯାଇ ବୟସର ତାରତମ୍ୟ ଦେଖୁନଥିବା ବେଳେ ଅସହାୟମାନେ ମଧ୍ୟ ଏମାନଙ୍କ ନଜରରୁ ବାଦ ପଡୁ ନାହାଁନ୍ତି । ତେବେ ଏଭଳି ଜଣେ ଅସହାୟ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛାଡଗାଁରେ । ଦିବ୍ୟାଙ୍ଗ ଯୁବତୀକୁ ଏକା ପାଇ ଦୁଷ୍କର୍ମ କରୁଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲା ତମ୍ପଡା ଗୋଛାୟତ ।
ପୋଲିସ ସୂଚନା ମୁ୍ତାବକ ତମ୍ପଡା ଜଣେ ଅଟୋ ଡ୍ରାଇଭର । ପିଡିତାଙ୍କ ବାପା ଭଡା ନେବା ପାଇଁ ତାକୁ ଡକାଇଥିଲେ । କିନ୍ତୁ ସେ ଘରେ ନଥିବାର ସୁଯୋଗ ନେଇ ତମ୍ପଡା ଘରେ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲା । ତେବେ ଯୁବତୀ ଜଣକ ପାଟି କରି ଡାକିବା ପରେ ପଡୋଶୀମାନେ ଧାଇଁ ଆସିଥିଲେ । ଏବଂ ଯୁବକକୁ କାବୁ କରି ନେଇଥିଲେ । ଏହାପରେ ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେଇଥିଲେ ଉତ୍ୟକ୍ତ ଲୋକ । ପରେ ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ ।
ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ ଉତ୍ୟକ୍ତ ଲୋକଙ୍କ କବଳରୁ ତାକୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା କରୁଛି । ସେପଟେ ଦିବ୍ୟାଙ୍ଗ ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇ ଦେଇଛି । ତେବେ ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କୁ ଘୋର ନିନ୍ଦା କରାଯାଇଛି । ଜଣେ ଅସହାୟ ଯୁବତୀ ଉପରେ ଜୋର ଜବନ୍ସ୍ି ପୁରୁଷ ପଣିଆ ଜାହିର କରିବା ଅତି ରୁଗଣ ମାନସିକତା ବୋଲି କୁହାଯାଇଛି ।