ଧର୍ମଗଡ (ଏଟିଆର ବ୍ୟୁରୋ); ମଦ୍ୟପ ଯୁବକର ଉନ୍ମୁକ୍ତକାଣ୍ଡ । ନିଶାରେ ୪ଜଣଙ୍କୁ ଗୋଡାଇ ଗୋଡାଇ ହାଣିବା ପରେ ମନ ବୁଝିଲାନି ଯେ ଶେଷରେ ଗାଁରେ ଯାଇ ଦେଖାଇଥିଲା ବାହାସ୍ପଟ । ପୋଲିସ ଖବର ପାଇବା ପରେ ଯୁବକକୁଅଟକ ରଖି ପଚରା ଉଚରା କରୁଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଧର୍ମଗଡ ପଲସ ଗାଁରୁ ପିପଲଗୁଡାଠାରେ । ହତ୍ୟା ଅଭିଯୋଗ ହୋଇଥିବା ଯୁବକର ନାମ ହେଉଛି ଯତୀନ୍ଦ୍ର । ୪ଜଣଙ୍କୁ ହାଣିବା ପରେ ସେମାନଙ୍କୁ ରାସ୍ତାରେ ଛାଡି ପଳାଇଥିବା ଅଭିଯୋଗ ହୋଇଛି । ମୃତକମାନେ ହେଲେ ସୁଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଏବଂ ଉପି ଶବର। ଏମାନେ ସମସ୍ତେ ପଲସ ଗାଁର ବୋଲି ଜଣାପଡ଼ିଛି। ମୃତଦେହ ନିକଟରେ ଗୋଟିଏ ବାଇକ୍ ଓ ୨ ସାଇକେଲ୍ ପଡ଼ିଥିଲା।
ମିଳିଥିବା ସୂଚନା ମୁତାବକ ଯତୀନ୍ଦ୍ର ମଦ ପିଇ ରାସ୍ତାରେ ଥିବା ବେଳେ ମୃତ୍ୟୁ ବରଣ କରିଥିବାର ଚାରିଜଣଙ୍କ ସହ ଯୁକ୍ତିତର୍କ ହୋଇଥିଲା । ତେବେ ଯୁକ୍ତିତର୍କ ହେବା ପରେ ଯତୀନ୍ଦ୍ରର ମୁଣ୍ଡକୁ ପିତ ଚଢ଼ି ଯାଇଥିଲା ସେ ନିଶାରେ ଟାଙ୍ଗିଆରେ ଚାରିଜଣଙ୍କୁ ହାଣି ପକାଇଥିବା ଅଭିଯୋଗ ହୋଇଛି । ହାଣିବା ପରେ ଗାଁକୁ ଯାଇ ପୁଣିଥରେ ହୋହାଲ୍ଲା କରିଥିବାରୁ ଯତ୍ରୀନ୍ଦ୍ର ହିଁ ଏହି କାଣ୍ଡ ଭିଆଇଛି ବୋଲି ଅନୁମାନ କରିଛି ବୋଲିସ । ପୋଲିସ ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।