ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କାଲି ଓଡିଶା ଆସୁଛନ୍ତି ଅଭିଜିତ । ଆସନ୍ତାକାଲି ବିଧାନସଭାର ଗୃହ କମିଟିରେ ହାଜର ହେବେ ଓଡିଶା ଉପରେ ବିବାଦିୟ ବୟାନ ଦେଇଥିବା ଅଭିଜିତ ଆୟର ମିତ୍ର । ଓଡିଶା , ଓଡିଶାର ସଂସ୍କୃତି ଏପରିକି ପୁରୀ ଶ୍ରୀମନ୍ଦିର ଓ କୋଣାର୍କକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ରଙ୍କୁ ପୂର୍ବରୁ ବିଧାନସଭାର ଗୃହ କମିଟିରେ ହାଜର ପାଇଁ ନୋଟିସ ହୋଇଥିଲା । ଆସନ୍ତାକାଲି ସେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଜଣାପଡିଛି ।
ତେବେ ପୂର୍ବରୁ ଗତ ୧୧ ତାରିଖରେ ମଧ୍ୟ ଅଭିଜିତଙ୍କୁ ବିଧାନସଭା ଗୃହ କମିଟିରେ ହାଜର ହେବା ଲାଗି ନୋଟିସ ହୋଇଥିଲା । କିନ୍ତୁ ବାତ୍ୟା ତିତଲି ଯୋଗୁ ଅଭିଜିତ ଓଡିଶା ଆସିପାରିନଥିବା ଜଣାପଡିଥିଲା । ଗତ କିଛିଦିନ ପୂର୍ବରେ ଅଭିଜିତ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ଘଟଣାକୁ ନେଇ କ୍ଷମା ପାର୍ଥନା କରିଥିଲେ । ତାଙ୍କ ଟ୍ୱିଟ ଯଦି କାହାର ମନରେ ଆଘାତ ସୃଷ୍ଟି କରିଛି ତେବେ ସେଥିପାଇଁ ସେ କ୍ଷମା ପାର୍ଥନା କରିଛନ୍ତି । ଏହା ସହ ଏଣିକି ସୋସିଆଲ ମିଡିଆରେ କୌଣସି ମତ ରଖିବାପୂର୍ବରୁ କାହାକୁ ଅଘାତ ସୃଷ୍ଟି ନ କରିବା ଭଳି ମତ ରଖିବାକୁ ଅଭ ିଜିତ କହିଛନ୍ତି ।
ତେବେ ସେହି ସାକ୍ଷାତକାରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ମିତ୍ର ନୁହନ୍ତି ବୋଲି ଅଭିଜିତ କହିଥିଲେ । ଖାଲି ସେତିକି ନୁହେଁ ସେ ବାଚସ୍ପତି ଓ ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନିକଟକୁ ଦୁଇଟି କ୍ଷମା ପ୍ରାର୍ଥନା ଇ-ମେଲ୍ ପଠାଇଥିଲେ । କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବେ ଗୃହ କମିଟିରେ ହାଜର ହେବା ଲାଗି ନୋଟିସ ହୋଇଥିଲା । ତେବେ ଆସନ୍ତକାଲି ତାଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛିା । ଓଡିଶାର ଜନତାଙ୍କ ମନରେ ଆଘାତ ଦେଲା ଭଳି ମନ୍ତବ୍ୟ ଦେଇଥିବାରୁ ଅଭିଜିତଙ୍କ ଉପରେ ଅସନ୍ତୋଷ ବଢିଛି ।