କେନ୍ଦୁଝର ( ଏଟିଆର ବ୍ୟୁରୋ): ବିଚାର ପାଇଁ କୋର୍ଟ ଆସିଥିବା ଜଣେ କଏଦୀ ଗତ ୧ ତାରିଖରେ କୋର୍ଟର୍ ପରିସରରୁ ଫେରାର ହୋଇଯାଇଥିଲା । ସେହି ଫେରାର କଏଦୀକୁ ଆଜି ଏକ ସ୍କୁଲ ହତାରୁ ପୋଲିସ ଧରିବାରେ ସଫଳ ହୋଇଛି । ସୂଚନାଯୋଗ୍ୟ ଗତ ୧ ତାରିଖରେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଜର୍ଜଙ୍କ ପାଖରେ ହାଜର କରିବାକୁ ଆଣିଥିବା ବେଳେ କଏଦୀ ଜଣଙ୍କ ପୁୁଲିସକୁ ଚକମା ଦେଇ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲା ।
ଖସିଯାଇଥିବା କଏଦୀର ନାମ କ୍ରୀଷ୍ଣା ଲହୋର ବୋଲି ଜଣାପଡିଛି । ତା ଘର ଘର ଟାଉନ ଥାନା ଗମ୍ବିରିଆରେ । ଗତବର୍ଷ ଜୁଳାଇ ୩ ତାରିଖରେ ଜଣେ ନାବାଳିକାକୁ ଦୁଷ୍କର୍ମର୍ କରିବା ଅଭିଯୋଗରେ ସେ ଜେଲରେ ରହୁଥିଲା । ମାତ୍ର ଗତ ୧ ତାରିଖରେ କୋର୍ଟରେ ହାଜିର ହେବା ପାଇଁ ତାରିଖ ରହିଥିଲା ସେହିଦିନ ସେ କୋର୍ଟ ପରିସରରୁ ଖସି ଯାଇଥିଲା । ସେଠୁ ସେ କେଉଁ ଆଡେ ଗାଏବ ହୋଇଯାଇଥିଲା ।
ଯେଉଁଥି ପାଇଁ ଦୁଇଜଣ ପୁଲିସ କର୍ମର୍ଚାରୀଙ୍କୁ ନିଲମ୍ବିତ ହେବାକୁ ପଡିଥିଲା । ସେଦିନ ଠାରୁ ପୋଲିସ ତାକୁ ଖୋଜୁଥିଲା । ତେବେ ସେ ଗମ୍ବାରି ଗ୍ରାମରେ ସ୍କୁଲରେ ଲୁଚିଥିବା ନେଇ କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ପୋଲିସର ଏକ ଟିମ ସ୍କୁଲରେ ପହଞ୍ଚି ତାକୁ ଗିରଫ କରିଛନ୍ତି । ଏନେଇ ଟାଉନଥାନା ପୋଲିିସ ଅଧିକାରୀ କହିଛନ୍ତି ଫେରାର କଏଦୀ ଏତେ ଦିନ ଯାଏ କୋଉଠି ଥିଲା ତାକୁ ନେଇ ଏବେ ତଦନ୍ତ ଜାରି ରହିିଛି ।