କେନ୍ଦୁଝର (ଏଟିଆର ବ୍ୟୁରୋ); ବିଶ୍ୱାସରେ ବିଷ । ସାଥୀ ହୋଇ ବିଜିନେସ କାମ କରୁଥିଲେ କିନ୍ତୁ ପାର୍ଟନର କରିଲା ଧୋକା । ଧାର କରଜ କରି ବିଜିନେସରେ ଲଗାଇଥିବା ଟଙ୍କା ଶରଗ୍ଦଗ୍ଦକ୍ଟ ନପାରି ଶେଷରେ ଭାରସାମ୍ୟ ହରାଇ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାଇସୁଆଁ ଗାଁରେ । ମୃତକ ହେଲେ ଶୁଭେନ୍ଦୁ । ସେ ସ୍ଥାନୀୟ ରେଳ ବିଭାଗ ସିଡିରେ ଣଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ପୋଲିସ ରିପୋର୍ଟ ଅନୁଯାୟୀ ସେ ସେହି ଗ୍ରାମର ଜଣେ ଯୁବକଙ୍କ ସହିତ ବିନିନେସ ପାର୍ଟନରରେ କାମ କରୁଥିଲେ । ତେବେ ଶୁଭେନ୍ଦୁ ଧାର କରଜରେ ବୁଡି ରହିଥିଲେ । ସେ ୨୦ରୁ ୨୪ ଲକ୍ଷ ଟଙ୍କା କରଜ କରିଥିବା ସୂଚନା ମିଳିଛି । ତେବେ ପାର୍ଟନର ଧୋକା ଦେବା ପରେ ସେ ଭାରସାମ୍ୟ ହରାଇ ବସିଥିଲେ । ବହୁଦିନ ହେବ ମଧ୍ୟ ସେ ଚିନ୍ତାରେ ରହୁଥିବା ପରାବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଆଜି ସେ ଟ୍ରେନ ଲାଇନ ପାଖରେ ଥିବା ସିଡିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ ଦେହକୁ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ପୋଲିସ ତାଙ୍କ ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ଜବତ କରିଛି । ଯେଉଁଥିରେ ଲେଖାଅଛି ମୋ ମୃତ୍ୟୁ ପାଇଁ କାର୍ତ୍ତିକେଶ୍ୱର ରାଉତ ଏବଂ ପ୍ରଦୀପ ରାଉତ ଦାୟୀ । ପୋଲିସ ଏହି ସୁଇସାଇଡ ନୋଟ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସୁଇସାଇଡ ନୋଟରେ ଲେଖା ଯାଇଥିବା ଉଭୟଙ୍କ ଘର ରାଇସୁଆଁ ଗାଁରେ । ପୋର୍ଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣା ପଡିବ ଏବଂ ତଦନ୍ତ ଜୋରଦାର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।