ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସିମଏସ ୱାର୍ଡ ନମ୍ବର-୭ କର୍ପୋରେଟର ରଞ୍ଜୀତା ବିଶ୍ୱାଳ ଗିରଫ ହେବା ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପୁଲିସ ସ୍କାନରେ ରହିଛନ୍ତି ଆଉ ଜଣେ ବିଜେଡି କର୍ପୋରେଟର । ସେ ମଧ୍ୟ ଅନୁରୂପ ଢ଼ଙ୍ଗରେ ଜଡିତ ଅଛନ୍ତି ଡି’ଲିଙ୍କ ମାମଲାରେ । ତଦନ୍ତରେ ପୁଲିସକୁ ଏହି ସୁରାକ ମିଳିଛି ।
ଖୁବ ଶୀଘ୍ର ସେ ମଧ୍ୟ ଖୁଆଡକୁ ଆସିବେ । ଧଳସାମନ୍ତଙ୍କ ସହ ବିଭିନ୍ନ ଦଳର ନେତା ଓ ବଡ଼ବଡ଼ିଆ ମୁଣ୍ଡିଆଳି ମାନେ ଜଡିତ ଥିଲେ । କିନ୍ତୁ ଧଳସାମନ୍ତଙ୍କ ଭାଇ ଗିରଫ ପରେ ସବୁ ଫାଙ୍କିଥିଲେ । ନିଜକୁ ସାଧୁ ଦର୍ଶାଇ ପୁଲିସ ଓ ଜନତା ଆଗରେ ହିରୋଗିରି ଦେଖାଇଥିଲେ । କିନ୍ତୁ ରଞ୍ଜୀତାଙ୍କ ଗିରଫ ପରେ ଆଉ ଏକ ମଞ୍ଜି କଥା ସାମ୍ନାକୁ ଆସିଛି । ଚୌଦ୍ୱାର କଟକ ଅଁଚଳରେ ପ୍ରଥମ ଥର କର୍ପୋରେଟର ହୋଇଥିବା ଜଣେ ବ୍ୟକ୍ତି ଧଳସାମନ୍ତଙ୍କ ସହ ପ୍ରୀତି ଥିବା ପୁଲିସକୁ ପକ୍କା ପ୍ରମାଣ ମିଳିଛି ।
ଏହି କର୍ପୋରେଟର ଜଣଙ୍କ ଏବେ ବି ପରଦା ପଛରେ ରହି ଡି’ ଲିଙ୍କର ସବୁ କାରବାର ଚଳାଇଥିବା ପ୍ରମାଣ ପାଇଛି ପୁଲିସ । ତେଣୁ ପୁଲିସ ତାଙ୍କର ପ୍ରତିଟି ଗତିବିଧି ଉପରେ କଡ଼ା ନଜର ରଖିଛି । ଯେଉଁଦିନ ଏପଟ ସେପଟ ହେବ ଆଉ ଠୋସ ପ୍ରମାଣ ମିଳିବ ସେଦିନ ହାତକଡ଼ି ପିନ୍ଧାଇବାକୁ ଜମମାରୁ ବି ହେଳା କରିବନି ପୁଲିସ ।