କାକଟପୁର ( ଏଟିଆର ବ୍ୟୁରୋ): ପୁଣି ତେଜିଲା ରାଜନୈତିକ ହିଂସା । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମାତ୍ର ଆଉ ମଝିରେ ୩ ଦିନ ବାକି ଥିବା ବେଳେ ରାଜନୈତିକ ହିସାଂ କମିବାରେ ନାଁ ନେଉନି । ଗତ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଭୁବନେଶ୍ୱର ସମେତ ସତ୍ୟବାଦୀ , ପିପିଲିରେ ଦେଖାଯାଇଥିଲା ନିର୍ବାଚନୀ ହିସାଂ । ଯାହା ପାଇଁ ଜଣେ ବିଧାୟକ ମଧ୍ୟ ଗିରଫ ହୋଇଥିଲେ ।
ସେହିଭଳି ଆଉ ଜଣେ ବିଧାୟକ ପ୍ରାର୍ଥୀଙ୍କ ନାମରେ ପଳାତକ ଘୋଷଣା ହେବା ପର୍ଯ୍ୟନ୍ତ କଥା ଗଲାଣି । ତଥାପି ଚେତୁ ନାହାନ୍ତି କେହି । କାକଟପୁରରେ ପୁଣି ଏକ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ ହୋଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାଲି କରି ଫେରୁଥିବା ବେଳେ ରବି ମଲ୍ଲିକଙ୍କୁ ଆକ୍ରମଣ ହୋଇଛି । ଯାହାକୁ ନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।
ରବି ରାଲି ସାରି ଫେରୁଥିବା ବେଳେ ତାଙ୍କୁ ଶ୍ରୀରାମପୁର ଗ୍ରାମବାସୀ ରବି ଏବଂ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ପରେ ସେଠାରେ ପୋଲିସ ପହଞ୍ଚି ଘଟଣାର ବୁଝାସୁଝା କରିଥିଲେ । ଏନେଇ କାକଟପୁର ଥାନାରେ ଏତଲା ହେବାପରେ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସୁଚନା ମିଳିଛି ।