ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏଟିଆର ନ୍ୟୁଜ ହାତରେ ଲାଗିଛି ଏକ ଅଡିଓ କ୍ଲିପ । ଯାହା ପ୍ରମାଣ ଦେଉଛି କେମିତି ସବୁ ଛାତ୍ରଙ୍କୁ ଅପହରଣ କରାଯିବାକୁ ଯୋଜନା ହେଉଥିଲା । କଅଁଳିଆ ସ୍ୱରରେ କେଇପଦ ମିଠା ମିଠା କଥାରେ ଅପହରଣର ମୂଳଦୂଆ ପକାଯାଉଥିଲା । ତେବେ ଏହି କଅଁଳି ସ୍ୱରରେ କଥା ହେଉଥିବା ଯୁବତୀ ନିଜ ନାମ ସ୍ୱୀକୃତୀ ବୋଲି ପରିଚୟ ଦେଇଛନ୍ତି । ତେବେ ଅନେକ ଏହି ଜାଲରେ ଫସିନଥିବା ବେଳେ ଉପାୟଶୂନ୍ୟ ହୋଇ ଶେଷରେ ବାଧ୍ୟ ହୋଇ ଜବରଦସ୍ତ କରି ଉଠାଇ ନେଇଥିଲେ ଛାତ୍ରଙ୍କୁ ।
ଆସନ୍ତୁ ଜାଣିବା କ’ଣ ରହିଛି ଅଡିଓ କ୍ଲିପରେ?
ଯୁବତୀ: ଆପଣ ଆସିପାରିବେ?
ଛାତ୍ର: ଆପଣ ଗୋଟେ କାମ କରନ୍ତୁ ପୁରୀ ଆସନ୍ତୁ ବେଟର ହେବ
ଯୁବତୀ: ଆକଚୁଆଲି ମୋର ଅର୍ଜେଟ ଅଛି, ମୁ ପୁରୀ ଯଦି ଯାଇପାରନ୍ତି ତାହା ହେଲେ ମୁ ଫୋର୍ସ କରନ୍ତି ନି,ମୋର ଭୁବନେଶ୍ୱରରେ ୨ଦିନ କାମ ଅଛି । ଗଲେ ହଇରାଣ ହୋଇଯିବି । ଯାହା ପଇସା ମୁଁ ଦେଇଦେବି, ମୋତେ ଦେଇଥାନ୍ତୁ, ବହୁତ ଦରକାର ଅଛି ।
ଛାତ୍ର: ଶୁଭଶ୍ରୀ କିଏ କହିଲେ?ଜାଣିପାରିଲିନି
ଯୁବତୀ: ଶୁଭଶ୍ରୀ ଆପଣ ତା’ର ଫଟୋ ସୁଟ କରିଥିଲେ । ମୁ ତାଙ୍କ ଫ୍ରେଣ୍ଡ ସ୍ୱିକୃତି କହୁଛି ।
ଛାତ୍ର: ଶୁଭଶ୍ରୀର ମୁଁ ଫଟୋ ସୁଟ କରିଥିଲି?
ଯୁବତୀ: ହଁ ସେ ମତେ କହିଲା,କିନ୍ତୁ ବହୁତ ଦିନ ଆଗରୁ ସେ ମତେ ଆପଣଙ୍କ ନମ୍ବର ଟା ଦେଇଥିଲା ।
ଛାତ୍ର: ମୁଁ ତ ଫଟୋ ସୁଟ କରୁଛି ବଟ ଶୁଭଶ୍ରୀ କିଏ ମୁଁ ଜାଣିପାରୁନି, ଆପଣଙ୍କ ଏଟା ହ୍ୱାଟ୍ସଆପ ନମ୍ବର କି?
ଯୁବତୀ: ନା ନା ଏଟା ମୋ ହ୍ୱାଟ୍ସଆପ ନମ୍ବର ନୁହେଁ ।
ଛାତ୍ର: ଆପଣ ମତେ ମୋର ଏହି ନମ୍ବରରେ ମେସେଜ କରନ୍ତୁ ମୁଁ ଜଣାଉଛି ।
ବାସ ଏହାପରେ ଆରମ୍ଭ ହୋଇଥିଲା ଘନଘନ ଚାଟ । କାଇଦା ଦେଖି ଛଦ୍ମାନମୀ ସ୍ୱୀକୃତି ଫସାଇଥିଲେ ଛାତ୍ରଙ୍କୁ । ପୂରା ଘଟଣାର ଅଡିଓ କ୍ଲିପ ଏଟିଆର ହାତରେ ଲାଗିଛି । ତେବେ ଏହି ସବୁ କଥୋପକଥନ ପ୍ରଶାନ୍ତଙ୍କ ପୁଅ ସହ ନୁହେଁ ବରଂ ପୂର୍ବରୁ ଅନେକ ଛାତ୍ରଙ୍କ ସହ କରାଯାଇଥିଲା । ସେମାନେ କେହି ନ ଫସିବାରୁ ଭଡ଼ାରେ ଆଣିଥିବା ଗାଡି ଆଉ ପୁରା ପ୍ଲାନ କେମିତି ସଫଳ ହେବ ସେନେଇ ଯାହାକୁ ନାଇ ତାକୁ ଉଠାଇବାକୁ ଯୋଜନା କଲେ । ଟ୍ୟୁସନରୁ ଫେରୁଥିବା ବେଳେ ଜବରଦସ୍ତ ପ୍ରଶାନ୍ତଙ୍କ ପୁଅକୁ ଉଠାଇ ନେଇଥିଲେ । କାରଣ ଅପହରଣକାରୀ ଜାଣିଥିଲେ ଶୈଳଶ୍ରୀବିହାର ଅଁଚଳର ଯାହାକୁ ଉଠାଇଲେ ବି ମୋଟା ଅଙ୍କର ଟଙ୍କା ମିଳିବ ।